କନକ ବ୍ୟୁରୋ: ପରଲୋକରେ ଯାତ୍ରା କଳାକାର ରବି ଶତପଥୀ । ୬୮ ବର୍ଷ ବୟସରେ ଗତକାଲି ସଂଧ୍ୟାରେ ତାଙ୍କର ପରଲୋକ ହୋଇଛି । ସେ ଦୀର୍ଘ ଦିନ ହେବ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଘରେ ଶଯ୍ୟାଶାୟୀ ଥିଲେ । କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ଅଗପାଳ ପଂଚାୟତ କଲଦୀପ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଏକଦା ଓଡ଼ିଆ ଯାତ୍ରା ଦୁନିଆରେ ଚହଳ ପକାଇଥିବା ‘ଜନତା ଗଣନାଟ୍ୟ’ର ‘ଶାଗୁଣା ବସିଛି ଡେଲା ମେଲେଇ’ ରେ ସେ ହାସ୍ୟ ଅଭିନେତା ଥିଲେ । ପଦୁ ମହାନ୍ତି ଚରିତ୍ରରେ ଅଭିନୟ କରି ରବି ଶତପଥି ଦର୍ଶକଙ୍କ ମନ ଜିଣିଥିଲେ । ୫୦୦ରୁ ଅଧିକ ଯାତ୍ରା ପେଣ୍ଡାଲରେ ନାଟକ କରି କରି ଅନେକ ପୁରସ୍କାର ପାଇଥିଲେ । ରବି ଶତପଥୀଙ୍କ ପରଲୋକରେ ଯାତ୍ରା ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି ।
ପରଲୋକରେ ହାସ୍ୟ ଅଭିନେତା ରବି ଶତପଥୀ: କୁଜଙ୍ଗ ସ୍ଥିତ ବାସଭବନରେ ଆଖି ବୁଜିଲେ ଭେଟେରାନ ଯାତ୍ରା କଳାକାର
/kanak/media/post_attachments/wp-content/uploads/2023/11/Jatra-comedian-Rabi-Satpathy-dies.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)