ପପୁ ପମ୍ ପମ୍ ନାବାଳିକା କାଷ୍ଟିଂ କାଉଚ୍ ମାମଲା : କୋର୍ଟରେ ଆସନ୍ତା ୧୮ ତାରିଖରେ ପରବର୍ତ୍ତୀ ସାକ୍ଷ୍ୟ ଗ୍ରହଣ

51

କନକ ବ୍ୟୁରୋ : କମେଡିଆନ୍ ପପୁ ପମ୍ ପମ୍ ନାବାଳିକା କାଷ୍ଟିଂ କାଉଚ୍ ମାମଲାରେ କୋର୍ଟ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଛି । ଭୁବନେଶ୍ୱର ସ୍ୱତନ୍ତ୍ର ପକ୍ସୋ କୋର୍ଟରେ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନରେ ନାବାଳିକାଙ୍କ ବାପା, ମାଆ ଓ ଶିଶୁ କଲ୍ୟାଣ ସମିତିର ସଦସ୍ୟ ନିରୁପମା ରଥ ହାଜର ହୋଇଥିଲେ ।

ନିରୁପମା ନିଜର ସାକ୍ଷ୍ୟ ରଖିଥିବା ବେଳେ, ସେ ସମସ୍ତ ତଥ୍ୟ କୋର୍ଟଙ୍କ ଆଗରେ ରଖିଥିବା ଗଣମାଧ୍ୟମକୁ କହିଛନ୍ତି । ସେପଟେ ନାବାଳିକାଙ୍କ ବାପା ଓ ମାଆ ସାକ୍ଷୀ ଦେଇନଥିବା ବେଳେ, ସରକାରୀ ଓକିଲଙ୍କ ପକ୍ଷରୁ ସମୟ ମଗାଯାଇଛି । ଆସନ୍ତା ୧୮ ତାରିଖରେ ପରବର୍ତ୍ତୀ ସାକ୍ଷ୍ୟ ଗ୍ରହଣ କରାଯିବ ।