ଗଂଜାମ ଝିଅଙ୍କୁ ସମ୍ମାନ ! ପାଠ ପଢିବା ସହ ବାପାଙ୍କ ସହ ଚାଷ କରି ଚର୍ଚ୍ଚାକୁ ଆସିଥିବା ଶିବାନୀ ଜାନି ହେଲେ ସମ୍ମାନିତ

43

କନକ ବ୍ୟୁରୋ: ସ୍ୱାଭିମାନ ଦିବସରେ ଗଂଜାମ ଝିଅଙ୍କୁ ସମ୍ମାନିତ କରାଯାଇଛି । ବାପାଙ୍କ ସହ ଚାଷ କରି ଚର୍ଚ୍ଚିତ ଯୁକ୍ତ ୨ର ଶିବାନୀ ଜାନିଙ୍କୁ ମିଳିଛି ସମ୍ମାନ । ପାଠ ପଢିବା ସହ ବାପାଙ୍କ ସହ ଜମିରେ ଚାଷ କରନ୍ତି ଶିବାନୀ । ତାଙ୍କର ଏହି କାର୍ଯ୍ୟକୁ କନକ ନ୍ୟୁଜରେ ପ୍ରସାରଣ କରାଯାଇଥିଲା ।

ଯାହାକୁ ନେଇ ସେ ବେଶ୍ ପ୍ରଶଂସା ସାଉଁଟିଛନ୍ତି । ତାଙ୍କର ଏହି ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ସମ୍ବାଦର ସମ୍ପାଦକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ଜନ୍ମଦିନ ତଥା ‘ସ୍ୱାଭିମାନ ଦିବସ’ରେ ସମ୍ବର୍ଦ୍ଧିତ କରାଯାଇଛି । ଏହାସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୫ଜଣ ସ୍ୱେଚ୍ଛାସେବୀଙ୍କୁ ମଧ୍ୟ ସମ୍ମାନିତ କରାଯିବ ।