ରାଜଧାନୀରୁ ମହିଳାଙ୍କ ମୁଣ୍ଡ ବିହୀନ ଶବ ମିଳିବା ଘଟଣା । ଚିହ୍ନଟ ପାଇଁ ହାତର ଫିଙ୍ଗର ପ୍ରିଂଟ ସଂଗ୍ରହ କଲା କମିଶନରେଟ ପୋଲିସ ।

205

କନକ ବ୍ୟୁରୋ : ମୁଣ୍ଡ ବିହିନ ମୃତ ମହିଳାଙ୍କ ଫିଙ୍ଗର ପ୍ରିଂଟ ସଂଗ୍ରହ କଲା ପୋଲିସ । ଭୁବନେଶ୍ୱର ଚନ୍ଦକା ଦାସପୁର ରାସ୍ତାକଡରୁ ମହିଳାଙ୍କ ମୂୁଣ୍ଡ ବିହୀନ ମୃତଦେହ ମିଳିଥିଲା । କଟାମୁଣ୍ଡ ଏଯାଏଁ ମିଳିନଥିବା ବେଳେ ମୃତ ମହିଳାଙ୍କ ପରିଚୟ ବି ମିଳିନାହିଁ । ମହିଳାଙ୍କ ପରିଚୟ ଖୋଜୁଥିବା କମିଶନରେଟ ପୋଲିସ ମୃତ ମହିଳାଙ୍କ ହାତର ଫିଙ୍ଗର ପ୍ରିଂଟ ସଂଗ୍ରହ କରିଛି ।

ଡ଼ିଜିଟାଇଜ ଦ୍ୱାରା ତାଙ୍କର ଫିଙ୍ଗର ପ୍ରିଂଟ ସଂଗ୍ରହ କରାଯାଇଛି । ଏନସିଆରବି ତଥା ନ୍ୟାସନାଲ କ୍ରାଇମ୍ ରେକର୍ଡ଼ ବ୍ୟୁରୋ ପାଖରେ ଥିବା ଫିଙ୍ଗର ପ୍ରିଂଟର ମ୍ୟାଚିଂ ପାଇଁ ଡ଼ାଟା ବ୍ୟାଙ୍କକୁ ସାମ୍ପୁଲ ପଠାଯାଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଡ଼ିସିପି ।

ଗତ ୪ ତାରିଖରେ ଚନ୍ଦକା-ଦାସପୁର ଅଞ୍ଚଳରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରାଯାଇଥିଲା । ଯାହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି କୁହାଯାଇଥିଲା । ତେବେ ମହିଳା ଜଣକ କିଏ ଏବଂ ସେ କେଉଁଠାରୁ ଆସିଛନ୍ତି ତା ଏଯାଏଁ ପୋଲିସ ପତ୍ତା ଲଗାଇପାରିନି ।

ଏହାସହ ପୋଲିସ ପକ୍ଷରୁ ପୁରସ୍କାର ଘୋଷଣା କରାଯାଇଛି । ଅନ୍ୟପଟେ ପୋଲିସ ଏହି ମହିଳାଙ୍କୁ ଚିହ୍ନଟ କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ପୋଷ୍ଟର ଲଗାଇଛି । ଏଥିରେ ତାଙ୍କ ହାତରେ ଥିବା ଏକ ଟାଟୁର ଚିହ୍ନ ଥିବା ସହିତ କିଛି କପଡାର ଫଟୋ ରହିଛି । ଯଦି କେହି ବ୍ୟକ୍ତି ଏହି ମହିଳାଙ୍କୁ ଚିହ୍ନଟ କରେ ତେବେ ତୁରନ୍ତ ପୋଲିସକୁ ଜଣାଇବାକୁ କୁହାଯାଇଛି ।