ହାଡଭଙ୍ଗା ଶୀତରେ ଥରୁଛି ସମଗ୍ର ଉତ୍ତର ଭାରତ ! ଘନ କୁହୁଡ଼ି ଯୋଗୁଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ

116

କନକ ବ୍ୟୁରୋ : ରାଜଧାନୀ ଦିଲ୍ଳୀରେ ଜାଡ଼ର ପ୍ରକୋପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଚଳିତ ବର୍ଷ ଶୀତ ସବୁ ରେକର୍ଡ଼ ଭାଙ୍ଗିଛି ଜାଡ଼ । ଦିଲ୍ଲୀରେ ତାପମାନ କମୁଥିବାରୁ ଆଗାମୀ ଦିନର ଥଣ୍ଡାର ପ୍ରକୋପ ଅଧିକ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛନ୍ତି । ପାଣିପାଗ ବିଭାଗ କହିବା ଅନୁସାରେ ଦିଲ୍ଲୀରେ ବଢ଼ୁଥିବା ଶୀତର କାରଣ ହେଉଛି ପାହାଡ଼ ଉପରେ ହେଉଥିବା ତୁଷାରପାତ । ପାହାଡ଼ ଉପରେ ଲଗାତାର ତୁଷାରପାତ ଜାରି ରହିଥିବାରୁ ଉତର ଭାରତରେ ଥଣ୍ଡା ବଢ଼ିବାରେ ଲାଗିଛି । ଦିଲ୍ଲୀରେ ପ୍ରବଳ ଶୀତ ସାଙ୍ଗକୁ ଜାରି ରହିଛି ପ୍ରଦୂଷଣ । କୁହୁଡିର ମୋଟା ଆସ୍ଥରଣ ଯୋଗୁଁ ଦିଲ୍ଲୀ ଆକାଶ ଧୂଆଁଳିଆ ରହୁଛି । ପ୍ରଦୂଷଣ ବାୟୁ ପାଇଁ ମଧ୍ୟ ନାହିଁ ନଥବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଲୋକ ।

ଦିଲ୍ଲୀରେ ରାତିରେ ଫୁଥଫାତରେ ଶୋଉଥିବା ଲୋକଙ୍କୁ ଜାଡ଼ ପାଇଁ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଆଶ୍ରୟସ୍ଥଳୀରେ ଲୋକଙ୍କୁ ଶୋଇବା ପାଇଁ ଜାଗା ନମିଳିବାରୁ ଫୁଟପାତରେ ରାତି କାଟୁଛନ୍ତି ଲୋକ । ସେପଟେ ଘନ କୁହୁଡ଼ି ପାଇଁ ଦିଲ୍ଲୀରେ ରେଳ ଚଳାଚଳଏବଂ ବିମାନ ସେବା ବାଧାପ୍ରାପ୍ତ ହେଉଛି ।


ଅମୃତସରରେ ମଧ୍ୟ ଶୀତ ଓ କୁହୁଡ଼ି ଯୋଗୁ ଅସ୍ତବ୍ୟସ୍ତ ହୋଇପଡ଼ୁଛି ଜନଜୀବନ । ଶୀତର ପ୍ରଭାବ ସାଧାରଣ ଲୋକଙ୍କ ଜୀବନଯାତ୍ରା ଉପରେ ପଡ଼ିଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ଜାଳୁଥିବା ଦେଖିବାକୁ ମିଳିଛି । ଘନ କୁହୁଡ଼ି ପାଇଁ ରେଳ ଚଳାଚଳ, ଗାଡ଼ି ମଟର ଯାତାୟତରେ ବାଧା ଉପୁଜୁଛି । ସକଳାର ଘନ କୁହୁଡ଼ିରେ ଘରୁ ବାହାରିବା ବି ଲୋକଙ୍କ ପାଇଁ କଷ୍ଟକର ହୋଇପଡ଼ିଛି । ଆଗକୁ ଶୀତ ଆହୁରି କିଛି ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାକୁ ନେଇ ଆତଙ୍କିତ ହୋଇପଡ଼ିଛନ୍ତି ଲୋକେ । ସମସ୍ତେ ଖାଲି ଖୋଜୁଛନ୍ତି ଶୀତରୁ ମୁକ୍ତିପାଇବା ବାଟ ।

ସେପଟେ ଶୀତ ଲହରି ଭିତରେ ଜମ୍ମୁକାଶ୍ମୀରରେ ତୁଷାରପାତ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଜମ୍ମୁ ପୀରପଂଜଲ ପର୍ବତରେ ଭାରତ ତୁଷାରପାତ ହେଉଥିବାର ଦେଖିବାକୁ ମିିଳିଛି । ପାହାଡିଆ ପାଦଦେଶରେ ଏକ ମୋଟା ଧଳା ଚାଦରର ଆସ୍ଥରଣ ଜମିଥିବା ଦେଖିବାକୁ ମିିଳିଛି । ପାହାତ ପର୍ବତ କଥା କହୁନ୍ତି ଅଥବା ଗଛପତ୍ର ସବୁ ବରଫର ଆସ୍ଥରଣରେ ଘୋଡେଇ ହୋଇ ରହିଛି । ଜମ୍ମୁକାଶ୍ମୀରରେ ତାପମାତ୍ରା ମାଇନସ ଡିଗ୍ରୀରେ ରହୁଥିବାବେଳେ ପ୍ରବଳ ବରଫପାତ ଲୋକଙ୍କ ଜୀବନଜୀବିକାକୁ ପ୍ରଭାବିତ କରୁଛି ।