ପାମେଲା ଗୋସ୍ୱାମୀ କୋକିନ୍ ମାମଲା : ବିଜେପି ନେତା ରାକେଶ ସିଂଙ୍କୁ ଗିରଫ୍ କଲା କୋଲକତା ପୋଲିସ

124

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଜେପି ନେତା ରାକେଶ ସିଂଙ୍କୁ ନିଶାଦ୍ରର୍ବ୍ୟ କାରବାରରେ ସଂପୃକ୍ତି ଥିବା ନେଇ କୋଲକତା ପୋଲିସ ଗିରଫ୍ କରିଛି । ମଙ୍ଗଳବାର ରାତିରେ ତାଙ୍କୁ ପୂର୍ବ ବର୍ଦ୍ଧମାନ ଜିଲ୍ଲାରୁ ଗିରଫ୍ କରାଯାଇଥିବା ସୂଚନା ମିଳିଛି । କୋଲକତା ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି ରାକେଶଙ୍କୁ ଗିରଫ୍ କରିବାକୁ ଯାଇଥିବା ବେଳେ ବର୍ଦ୍ଧମାନ ସହରର ବନ୍ଧରଗାହ ଅଞ୍ଚଳର ବିଜେପି ରାଜ୍ୟ ସମିତି ସଦସ୍ୟଙ୍କ ଘରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ଅଟକାଯାଇଥିଲା । ଏହା ପରେ ପୋଲିସ ବିଜେପି ରାଜ୍ୟ ସମିତି ସଦସ୍ୟଙ୍କ ଦୁଇ ଝିଅଙ୍କୁ ବି ମାଦକ ଦ୍ରର୍ବ୍ୟ ସହ ଗିରଫ୍ କରାଯାଇଛି ।

କହିରଖୁ କି ପଶ୍ଚିମବଙ୍ଗ ବିଜେପି ଯୁବମୋର୍ଚ୍ଚା ସଚିବ ପାମେଲା ଗୋସ୍ୱାମୀଙ୍କୁ ତାଙ୍କ ବନ୍ଧୁ ଓ ସୁରକ୍ଷା କର୍ମୀଙ୍କ ସହ ଫେବୃଆରୀ ୧୯ ତାରିଖରେ କୋଲକତାର ନ୍ୟୁ ଅଲ୍ଲିପୁର ଅଞ୍ଚଳରୁ ଗିରଫ୍ କରାଯାଇଥିଲା । ତାଙ୍କ କାରରୁ ୯୦ ଗ୍ରାମ କୋକିନ ଜବତ କରାଯାଇଥିଲା । ଏହାପରେ ଗୋସ୍ୱାମୀ କହିଥିଲେ କି ବିଜେପି ନେତା ରାକେଶ ସଂ ତାଙ୍କୁ ଷଡଯନ୍ତ୍ର କରି ଫଶାଇ ଦେଇଛନ୍ତି ।

ପାମେଲାଙ୍କ ଏଭଳି ବୟାନ ପରେ କୋଲକତା ପୋଲିସ ରାକେଶଙ୍କୁ ପୋଲିସ ମୁଖ୍ୟାଳୟରେ ହାଜର ହେବାକୁ ନୋଟିସ୍ ଜାରି କରିଥିଲା । ନୋଟିସର ଉତ୍ତର ରଖି ରାକେଶ କହିଥିଲେ କି ସେ କୌଣସି ଏକ କାମରେ ଦିଲ୍ଲୀ ଯାଉଛନ୍ତି ଓ ୨୬ ତାରିଖରେ ସେ ହାଜର ହେବେ । ହେଲେ ପୋଲିସ ଜାଣିବାକୁ ପାଇଥିଲା କି ସେ ବର୍ଦ୍ଦମାନ ଜିଲ୍ଲାରେ ଅଛନ୍ତି । ତାଙ୍କୁ ଟ୍ରାକ୍ କରି ଗତକାଲି ରାତିରେ ଗିରଫ୍ କରିଥିଲା ପୋଲିସ । ଏହା ପରେ ତାଙ୍କୁ କୋଲକତା ପୋଲିସର ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯାଇଥିବା ସୂଚନା ମିଳିଛି ।