କୋଭିଡ୍ ନିୟମ ଉଲଂଘନ ଅଭିଯୋଗରେ କୋଚିଂ ସେଂଟର ସିଲ : ୫୦ରୁ ଅଧିକ ଛାତ୍ରଛାତ୍ରୀ ଓ ଅଭିଭାବକ ସମ୍ବର୍ଦ୍ଧନା ଉତ୍ସବ ପାଳୁଥିବା ଅଭିଯୋଗ; ଭୁବନେଶ୍ୱର ନାଗେଶ୍ୱରଟାଙ୍ଗିରେ ପହଁଚି କାର୍ଯ୍ୟାନୁଷ୍ଠାନ ନେଲେ ବିଏମସି କର୍ତ୍ତୃପକ୍ଷ

118

କନକ ବ୍ୟୁରୋ : କୋଭିଡ୍ ନିୟମ ଉଲଂଘନ କରି ଉତ୍ସବ ପାଳନ କରୁଥିବା ଅଭିଯୋଗରେ ଭୁବନେଶ୍ୱରରେ କୋଚିଂ ସେଂଟର ସିଲ୍ । ଭୁବନେଶ୍ୱର ନାଗେଶ୍ୱରଟାଙ୍ଗିରେ ଥିବା ବେଂଚମାର୍କ କୋଚିଂ ସେଂଟର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଏମସି । ମିଳିଥିବା ସୂଚନା ୫୦ ଅଧିକ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ନେଇ ସମ୍ବର୍ଦ୍ଧନା ଉତ୍ସବ କରୁଥିଲେ କୋଚିଂ ସେଂଟର କର୍ତୃପକ୍ଷ । ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଉଥିଲା । ହେଲେ ଏହି ଉତ୍ସବ ପାଳନ ସମୟରେ କୋଭିଡ୍ ଉଲଂଘନ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ବିଏମସି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନେ ସାମାଜିକ ଦୂରତା ମାନନଥିବା ବେଳେ ମାକ୍ସ ପରିଧାନ କରିନଥିବା ନେଇ ଅଭିଯୋଗ ହୋଇଥିଲା ।
ସେହିପରି ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂ ଅଂଚଳରେ ଥିବା ଫେଶନ୍ ସିଟି ମଲ୍କୁ ସିଲ କରିଛି ମହାନଗର ନିଗମ କର୍ତ୍ତୃପକ୍ଷ । କୋଭିଡ୍ ନିୟମ ଉଲଂଘନ ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପୂଜା ଯୋଗୁଁ ମଲରେ ଗ୍ରହକଙ୍କ ଗହଳି ଥିବା ବେଳେ ମଲ କର୍ତୃପକ୍ଷ ସାମାଜିକ ଦୂରତା ଓ ମାସ୍କ ପରିଧାନ ଉପରେ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଥିଲା ।