ବଢୁଛି ସିଏମସି ବିବାଦ । ୪ ଦିନ ହେଲା ଧାରଣାରେ ବିଜେପି, କଂଗ୍ରେସ କର୍ପୋରେଟର । ଆସୁନାହାଁନ୍ତି ମେୟର ଅବା କମିଶନର ।

236

କନକ ବ୍ୟୁରୋ: ବଢୁଛି ସିଏମସି ବିବାଦ । ୪ ଦିନ ହେଲା ଧାରଣା ବସିଛନ୍ତି ବିଜେପି ଓ କଂଗ୍ରେସ କର୍ପୋରେଟର । ସମାଧାନ ପାଇଁ ଆସୁନାହାଁନ୍ତି କଟକ ମେୟର ଅବା କମିଶନର । ଧାରଣାସ୍ଥଳରେ ପହଞ୍ଚୁଛନ୍ତି ଜଣଙ୍କ ପରେ ଜଣେ ବିରୋଧୀ ଦଳର ନେତା । ବେଆଇନ ଜମି ହଡପ, ଶୌଚାଳୟ ବାବଦ ଖର୍ଚ୍ଚ ଓ ପିଣ୍ଡି ବଂଟନରେ ଅନିୟମିତତା ନେଇ କଟକ ମହାନଗର ନିଗମ ସମ୍ମୁଖରେ କଂଗ୍ରେସ-ବିଜେପି କର୍ପୋରେଟର ଏହି ଧାରଣା ଦେଇଛନ୍ତି ।

ପୂର୍ବତନ କମିସନର ଅନନ୍ୟା ଦାସଙ୍କର ଜାଲ ହସ୍ତଖତ ଓ ଷ୍ଟାମ୍ପ ବ୍ୟବହାର କରି ଜମି ବେଆଇନ ଭାବେ ଜମି ହାତେଇଥିବା ଅଭିଯୋଗ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ଏନେଇ କାଉନସିଲ ବୈଠକରେ କଂଗ୍ରେସ-ବିଜେପି କର୍ପୋରେଟର ମହାନଗର ନିଗମ କମିଶନରଙ୍କୁ ପ୍ରଶ୍ନ କରିଥିଲେ । କିନ୍ତୁ କମିଶନର କୌଣସି ଉତର ନ ରଖି ଚାଲିଯାଇଥିବାରୁ ଅସନ୍ତୋଷ ପ୍ରକାଶ ଏହି ଧାରଣା ଦେଇଛନ୍ତି ବିରୋଧୀ କର୍ପୋରେଟର ।