କନକ ବ୍ୟୁରୋ : ଆସନ୍ତାକାଲି ନୂଆ ବର୍ଷ । ୨୦୧୮କୁ ବିଦାୟ ଦେଇ ନୂଆ ସକାଳର ନୂଆ ଆଶା ନେଇ ଆସୁଛି ୨୦୧୯ । ଆଉ ଏହି ବର୍ଷ ରାଜନୀତି ଦୁନିଆରେ ଅନେକ ଗୁରୁତ୍ୱ ବହନ କରିବ । କାରଣ ୨୦୧୯ରେ ସାଧାରଣ ନିର୍ବାଚନ ରହିଥିବାରୁ ସମସ୍ତ ରାଜନୈତିକ ଦଳମାନଙ୍କ ମନରେ ନୂଆ ଆଶା ନେଇ ଆସୁଛି ନବବର୍ଷ ।
Kanak News is now on WhatsApp
Join and get latest news updates delivered to you via WhatsApp
ଜଗନ୍ନାଥଙ୍କୁ ଦର୍ଶନ କରି ୨୦୧୯ ନୂଆବର୍ଷ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ସକାଳେ ମୁଖ୍ୟମନ୍ତ୍ରୀ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବେ । ସେହିପରି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଉପସ୍ଥିତ ରହିବେ ।
ସକାଳ ବ୍ୟାୟାମ୍ ପରେ ପରେ ଆଣଣ୍ଠୁରେ କଷ୍ଟ ଅନୁଭବ କରିବାରୁ ସାମୟିକ ବିଶ୍ରାମ ପାଇଁ ଡାକ୍ତରମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାମର୍ଶ ଦେଇଛନ୍ତି । ତେଣୁ ଆସନ୍ତାକାଲି ନୂଆବର୍ଷ ଅବସରରେ ଶୁଭେଚ୍ଛା ଜଣାଇବା ପାଇଁ ଶୁଭେଚ୍ଛୁ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ନଆସିବା ପାଇଁ ଶୁଭେଚ୍ଛୁ ମାନଙ୍କୁ ଅନୁରୋଧ କରାଯାଇଛି ।