ମ୍ୟାଚ ପୂର୍ବରୁ ୧୬ ଦେଶର ହକି ଅଧିନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ । କ୍ୟାପଟେନଙ୍କ ସହ ମନ୍ଦିର ବୁଲିବା ସହ କଲେ ଫଟୋସୁଟ

ଆସନ୍ତାକାଲି ହକି ବିଶ୍ୱକପର ଉଦଘାଟନ

366

କନକ ବ୍ୟୁରୋ: ସମସ୍ତ ହକି ଦଳର ଅଧିନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୬ ଦେଶର ଅଧିନାୟକଙ୍କୁ ନବୀନ ମୁକ୍ତେଶ୍ୱର ମନ୍ଦିରରେ ଭେଟିବା ସହ ସେମାନଙ୍କ ସହ ମନ୍ଦିର ବୁଲିଛନ୍ତି । ୧୬ ଦେଶର ଅଧିନାୟକ ମାନଙ୍କ ସହ ନବୀନ ସେଲଫି ମଧ୍ୟ ଉଠାଇଛନ୍ତି । ମୋ ସାଇକେଲ ଉଦଘାଟନ ପରେ ନବୀନ ମୁକ୍ତେଶ୍ୱର ମନ୍ଦିର ପହଚିଂ ଅଧିନାୟକଙ୍କୁ ସାକ୍ଷାତ କରିଥିଲେ । ଏନେଇ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

ଉଲ୍ଲେଖ ଥାଉ କି, ରାତି ପାହିଲେ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ । ଏଥିପାଇଁ ଭୁବନେଶ୍ୱର ଯେତିକି ଝଲସୁଛି, ଲୋକଙ୍କ ଉକ୍ରଣ୍ଠା ବି ସେତିକି ବଢିବାରେ ଲାଗିଛି । ଭୁବନେଶ୍ୱରରେ ସବୁ ପ୍ରତିଯୋଗୀ ଦଳ ଆସି ପଂହଚିଯାଇଛନ୍ତି ଓ ଆଜି ରିହାରର୍ସଲ ବି ହେବ । ଆସନ୍ତାକାଲି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେବ । ହକି ମହାକୁମ୍ଭରେ ୧୬ଟି ଦଳର ୨୮୮ ଖେଳାଳି ସାମିଲ ହେବେ । ହକି ଇତିହାସରେ ନୂଆ ଅଧ୍ୟାୟ ଯୋଡିବା ଲାଗି ହକି ଷ୍ଟାଡିୟମ ମଧ୍ୟ ପ୍ରସ୍ତୁତ । ବିଶେଷକରି ଆସନ୍ତାକାଲିର ଉଦଘାଟନୀ ଉତ୍ସବ ପାଇଁ ସମସ୍ତଙ୍କ ଉକ୍ରଣ୍ଠା ଓ ଉଦ୍ଦୀପନା ବଢିଯାଇଛି । କାଲିର ଉତ୍ସବରେ ଶାହାରୁଖ ଖାନ, ମାଧୁରୀ ଦୀକ୍ଷିତ ଓ ଏ.ଆର େରେହେମାନ ମୁଖ୍ୟ ଆକର୍ଷଣ ହେବ ।