ପିପିଲି ପୀଡ଼ିତାଙ୍କୁ ନ୍ୟାୟ ପ୍ରସଙ୍ଗ ! ବାରିପଦାରେ ମୋଦିଙ୍କ ପ୍ରଶ୍ନ, ଭୁବନେଶ୍ୱରରେ ଉତ୍ତର ରଖିଲେ ନବୀନ ।

192

କନକ ବ୍ୟୁରୋ: ପିପିଲି ବେବିନା ମୃତ୍ୟୁ ଘଟଣାର ରାୟ ଆସିବା ପରେ ଜୋର ଧରିଛି ରାଜନୀତି। ପିପିଲି ପୀଡ଼ିତାଙ୍କ ପ୍ରସଙ୍ଗରେ ମୁହାଁମୁହିଁ ମୋଦି ଓ ନବୀନ । ଆଜି ବାରିପଦା ଜନ ସମାବେଶରେ ଯୋଗଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ମୋଦି । କହିଥିଲେ ପିପିଲି ଗଣ ଦୁଷ୍କର୍ମର ପିଡ଼ିତାଙ୍କୁ ନ୍ୟାୟ ଦେବାରେ ବିଫଳ । ସେପଟେ ଏହାର ପାଲଟା ଜବାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମୋଦିଙ୍କୁ ଉତ୍ତର ଦେଇଛନ୍ତି । ନବୀନ କହିଛନ୍ତି ଯେ, ପିପିଲି ପୀଡ଼ିତାଙ୍କ ଘଟଣାକୁ ଆମେ ଗୁରୁତର ସହ ତଦାରଖ କରୁଛୁ ।

ଗତ କିଛି ଦିନ ତଳେ ମାନ୍ୟବର କୋର୍ଟ ପିପିଲି ପୀଡ଼ିତାଙ୍କୁ ନେଇ ଯେଉଁ ରାୟ ଶୁଣାଇଥିଲେ  । ଏହାପରେ ବିବାଦ ବଢ଼ିବାରେ ଲାଗିଛି । କେତେବେଳେ ରାଜ୍ୟ ମନ୍ତ୍ରୀମଣ୍ଡଳର ଟାଣୁଆ ନେତା ପ୍ରଦୀପ ମହାରଥୀଙ୍କ ବିବାଦୀୟ ବୟାନ ତ କେତେବେଳେ ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ସମାଲୋଚନା କରିବାରେ ଲାଗି ପଡ଼ିଛନ୍ତି । ଏହାରି ମଧ୍ୟରେ ଓଡ଼ିଶା ଗସ୍ତରେ ଆସି ଖୋଦ୍ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିବାକୁ ପଛାଇ ନାହାନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ମଧ୍ୟ ଏହାର ପାଲଟା ଜବାବରେ ଘଟଣାକୁ ଗୁରୁତର ଭାବେ ନିଆଯାଇଛି ବୋଲି କହି ମୋଦିଙ୍କୁ ଜବାବ ଦେଇଛନ୍ତି ।