ଖାଦ୍ୟ ସୁରକ୍ଷା ହିତାଧିକାରଙ୍କୁ ମାଗଣାରେ ମିଳିବ LED ବଲବ : ରାଜ୍ୟର ୯୫ ଲକ୍ଷ ହିତାଧିକାରୀଙ୍କୁୁ ଆସନ୍ତା ୧୫, ଫେବୁଆରୀ ୧୫ରେ ବଂଟାଯିବ ଏଲଇଡି

ଆମ ଘରେ ଏଲଇଡି ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

402

କନକ ବ୍ୟୁରୋ: ଖାଦ୍ୟ ସୁରକ୍ଷା ହିତାଧିକାରଙ୍କୁ ମାଗଣାରେ ମିଳିବ ଏଲଇଡି ବଲବ । ରାଜ୍ୟର ୯୫ ଲକ୍ଷ ହିତାଧିକାରୀଙ୍କୁୁ ଏଲଇଡି ବଲବ ମିଳିବ । ଆସନ୍ତା ୧୫ ତାରିଖ ଓ ଫେବୁଆରୀ ୧୫ରେ ଏହି ଏଲଇଡି ବଲବ ବଂଟାଯିବ । ଆଜି ଆମ ଘରେ ଏଲଇଡି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ପିଠା କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ବଲବ ବଂଟାଯିବ ।

ବର୍ତମାନ ଉନ୍ନତମାନର ଏଲଇଡି ବଲବ ର ମୂଲ୍ୟ ବଜାରରେ ଅଧିକ ହୋଇଥିବାରୁ ରାଜ୍ୟ ସରକାର ଏହି ଯୋଜନାରେ ପ୍ରତି ପରିବାରକୁ ୯ ୱାଟ୍‌ର ୪ଟି ଏଲ୍‌ଇଡି ବଲବ୍ ବିନାମୂଲ୍ୟରେ ଯୋଗାଇବେ । ଏଥିପାଇଁ ମୋଟ ୩ କୋଟି ୮୦ ଲକ୍ଷ ବଲ୍ବ କିଣିବେ ରାଜ୍ୟ ସରକାର। ଏଲଇଡି ବଲବର ବ୍ୟବହାର ଗ୍ରାହକମାନେ କମ ବିଦ୍ୟୁତ ବିଲ ପୈଠ କରି ଅଧିକ ଆଲୋକ ପାଇବେ । ଏହି ଯୋଜନାର ଶୁଭାରମ୍ଭ ହେବା ପରେ ଚଳିତ ମାସ ୧୫ରୁ ୨୦ ତାରିଖ ମଧ୍ୟରେ ହେବାକୁ ଥିବା ପିଠା ଶିବିରରେ ଏଲ୍ଇଡି ବଲ୍‌ବ ଯୋଗାଇ ଦିଆଯିବ।