ପୁରୀରେ ପହଞ୍ଚିଲେ ନବୀନ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରର ପ୍ରସ୍ତାବିତ ବାଇ ଲ ପରେ ଶ୍ରୀମନ୍ଦିର ବିକାଶ କାମର କରିପାରନ୍ତି ସମୀକ୍ଷା ।

105

କନକ ବ୍ୟୁରୋ : ପୁରୀରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ । ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ପରେ ପ୍ରଥମଥର ପାଇଁ ଶ୍ରୀମନ୍ଦିର ଆସିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପୂର୍ବରୁ ପୁରୀ ମନ୍ଦିର ପାଖକୁ ଯାଇଥିଲେ ମଧ୍ୟ କଟକଣା ପାଇଁ ମନ୍ଦିର ଭିତରକୁ ଯାଇନଥିଲେ ନବୀନ । କେବଳ ବିକାଶମୂଳକ କାର୍ଯ୍ୟର ତଦାରଖ କରି ପୁରୀ ମନ୍ଦିର ସାମ୍ନାରୁ ଫେରି ଆସିଥିଲେ ନବୀନ । ତେବେ ଶ୍ରୀମନ୍ଦିର ପାଇଁ ନ୍ୟାସନାଲ ମନୁମେଂଟ ଅଥରିଟିଙ୍କ ପ୍ରସ୍ତାବିତ ସ୍ୱତନ୍ତ୍ର ବାଇ-ଲ ପରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।

ଶ୍ରୀଜଗ୍ନନାଥ ହେରିଟେଜ କରିଡର ଗଠନ କରି ରାଜ୍ୟ ସରକାର ବିଭିନ୍ନ ବିକାଶମୂଳକ କାମ ଆଗେଇ ନେଉଥିବାବେଳେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ବାଇ-ଲ ଏଥିରେ ବାଧକ ସାଜି ବୋଲି କୁହାଯାଉଛି । ଏପରିକି ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜାତୀୟ କୀର୍ତିରାଜି  କର୍ତୃପକ୍ଷଙ୍କୁ ଚିଠି ଲେଖିସାରିଛନ୍ତି । ଏସବୁ ଘଟଣାକ୍ରମକୁ ଦେଖି ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ବାଇ-ଲ ନେଇ ସେଠାରେ ଆଲୋଚନା କରିପାରନ୍ତି ନବୀନ ।