କରୋନା ମୁକାବିଲା : କରୋନା ଫଣ୍ଡକୁ ୩ ମାସର ଦରମା ଦେଲେ ମୁଖ୍ୟମନ୍ତ୍ରୀ, ପ୍ରଭାବିତଙ୍କ ସହାୟତା ପାଇଁ ଦାନ କରିବାକୁ ଅନ୍ୟମାନଙ୍କୁ ନବୀନ କଲେ ଅପିଲ ।

4,137

କନକ ବ୍ୟୁରୋ : ବିଶ୍ୱର ଅଧିକାଂଶ ଦେଶକୁ ବ୍ୟାପିସାରିଛି କରୋନା । ଆଉ ଏସବୁ ଭିତରେ ଓଡ଼ିଶା କରୁଛି କରୋନା ମୁକାବିଲା । କରୋନା ସଂକ୍ରମଣକୁ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଆଉ ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଫଣ୍ଡକୁ ୩ ମାସର ଦରମା ପ୍ରଦାନ କରିଛନ୍ତି । ଏହାବାଦ୍ କରୋନା ଫଣ୍ଡକୁ ଦାନ କରିବାକୁ ସମସ୍ତଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଭାବିତଙ୍କ ସହାୟତା ପାଇଁ ଦାନ କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି ।
ସେହିଭଳି କରୋନାର ମୁକାବିଲା ପାଇଁ ଆସନ୍ତାକାଲି ସକାଳ ୧୧ଟାରୁ ରାଜ୍ୟର ସମସ୍ତ ଯାତ୍ରୀବାହୀ ବସ୍ ଗୁଡିକୁ ବନ୍ଦ କରାଯାଇଛି । ସେହିଭଳି ଆଜି ମଧ୍ୟରାତ୍ରୀରୁ ସମସ୍ତ ସିଟିବସ ଗୁଡିକୁ ବନ୍ଦ କରିବାକୁ ନିଷ୍ପତି ନିଆଯାଇଥିବା କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ଏହାବାଦ୍ କରୋନା ସଂକ୍ରମଣକୁ ରୋକିବା ପାଇଁ ଆସନ୍ତାକାଲି ଠାରୁ ଆଉ ୯ଟି ଜିଲ୍ଲାକୁ ଲକଡାଡନ କରିବାକୁ ଘୋଷଣା କରାଯାଇଛି । ଏହା ପୂର୍ବରୁ ୫ଟି ଜିଲ୍ଲାକୁ ମଧ୍ୟ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ଏପରିକି କରୋନା ଓଡ଼ିଶାରେ ମହାମାରୀର ରୂପ ନେବା ପୂର୍ବରୁ ଏହାକୁ ରୋକିବାକୁ ହେବ ବୋଲି କହିଛନ୍ତି ସୁବ୍ରତ । ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ଲଗାତାର ସମୀକ୍ଷା କରୁଥିବା ନେଇ ସୂଚନା ଦେଇଛନ୍ତି ସୁବ୍ରତ ।