ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରରେ ବିଦ୍ୟୁତ ଦୁର୍ଘଟଣାରେ ୬ ଓଡିଆ ମୃତ । ଦୁଇ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

285

କନକ ବ୍ୟୁରୋ: ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରର ଏକ ମାଛ ଫାର୍ମରେ ବିଦ୍ୟୁତ ଦୁର୍ଘଟଣା ଘଟି ଗୁଣୁପୁରର ଛଅ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏହାସହିତ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଠିରୁ ଦୁଇ ଲକ୍ଷ ଲେଖାଏଁ ଅନୁକମ୍ପମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନାଯୋଗ୍ୟ ଯେ, ଆନ୍ଧ୍ର ପ୍ରଦେଶ ଗୁଣ୍ଟୁର ଜିଲ୍ଲା ରେପଲ୍ଲେ ଗ୍ରାମରେ ବିଦ୍ୟୁତ ସର୍ଟସର୍କିଟ ହେତୁ ନିଆଁରେ ପୋଡି ୬ ଜଣ ଶ୍ରମିକ ପ୍ରାଣ ହରାଇଥିଲେ । ଏହାପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଥିବାବେଳେ ସେମାନେ ସମସ୍ତେ ଏଖ ଚିଙ୍ଗୁଡି ଫ୍ୟାକ୍ଟ୍ରିରେ କାମ କରୁଥିବା କଥା ଜଣାପଡିଥିଲା ।