ପ୍ରବାସୀ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମକର ଭେଟି । ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଦାଦନ ସମସ୍ୟାର ମୁକାବିଲା ପାଇଁ ପ୍ରୟାସ ୧୧ଟି ଜିଲ୍ଲାରେ ହେବ କାର୍ଯ୍ୟକାରୀ ।

497

କନକ ବ୍ୟୁରୋ: ଦାଦନ ଶ୍ରମିକ ରୋକିବାକୁ ରାଜ୍ୟ ସରକାରଙ୍କ ପ୍ରୟାସ । ୧୧ଟି ଜିଲ୍ଲା ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ୧୧ଟି ପ୍ରବାସୀ ଶ୍ରମିକ ପ୍ରବଣ ଜିଲ୍ଲା ପାଇଁ ଜିଲ୍ଲାରେ ପ୍ରବାସୀ ଶ୍ରମିକଙ୍କ ଆର୍ଥିକ ମାନଦଣ୍ଡ ଓ ଜୀବନଜୀବିକାର ସ୍ୱଚ୍ଛଳତା ନିମନ୍ତେ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଏହା ପ୍ରବାସୀ ଶ୍ରମିକଙ୍କ ପାଇଁ ପାଇଁ ନିଜ ଅଂଚଳରେ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବ ।

ଏହାଛଡା ତ୍ୱରିତ ମଜୁରୀ ପ୍ରଦାନ ବ୍ୟବସ୍ଥା, ଶିକ୍ଷା ଓ ଉନ୍ନତ ଜୀବନଶୈଳୀ ଅବଲମ୍ବନ କରିବାରେ ସହାୟକ ହେବ । ଏକ ସ୍ୱତନ୍ତ୍ର ରାଜ୍ୟ ଖସଡା ମାଧ୍ୟମରେ ରାଜ୍ୟ ସରକାର ବିଭିନ୍ନ ସରକାରୀ ବିଭାଗ ସହିତ ସମନ୍ୱୟ କରି ଏ ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି । ବରଗଡ, ବଲାଙ୍ଗିର, ନୂଆପଡା ଓ କଳାହାଣ୍ଡିର ୨୦ଟି ବ୍ଲକରେ ପ୍ରତ୍ୟେକ ଗ୍ରାମୀଣ ପରିବାର ନିମନ୍ତେ ଅତିରିକ୍ତ ଶହେ ଦିନ କାର୍ଯ୍ୟ ବୃଦ୍ଧିକରି ମୋଟ ୨ ଶହ ଦିନ କାର୍ଯ୍ୟସହିତ ଦୈନିକ ମଜୁରୀକୁ ବି ବୃଦ୍ଧି କରାଯାଇଛି ।

ସବୁଠାରୁ ବଡ଼ କଥା ହେଲା ଏହି ୪ ଜିଲ୍ଲାରେ ୨୦ଟି ବ୍ଲକର ସମସ୍ତ ଗ୍ରାମପଂଚାୟତକୁ ଓଡିଶା ଜୀବିକା ମିଶନର ସଘନ ପଂଚାୟତ ଭାବରେ କାର୍ଯ୍ୟକାରୀ କରାଯାଇଛି । ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ବୀମାଭୁକ୍ତ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ୪ ଜିଲ୍ଲାର ୨୦ ଗୋଟି ବ୍ଲକରେ ଯୋଗ୍ୟ ବିବେଚିତ ପରିବାରକୁ ପକ୍କା ଘର ଯୋଗାଇ ଦିଆଯବା ବ୍ୟବସ୍ଥା କରାଯାଇଛି ।