ହୋଇ ପାରିଲାନି ଜଗା ଦର୍ଶନ । ଶ୍ରୀକ୍ଷେତ୍ରରେ ପହଂଚିବା ପୂର୍ବରୁ ଅଧା ବାଟରେ ଚାଲିଗଲା ୫ ଜୀବନ । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

27

କନକ ବ୍ୟୁରୋ: ରାମେଶ୍ୱର ଜଗନ୍ନାଥ ସଡକ ରୁଆ ନିକଟରେ ଦୁର୍ଘଟଣା ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଜଗା ଦର୍ଶନ ପାଇଁ ଯାଉଥିବା ବେଳେ ରାମେଶ୍ୱର ଜଗନ୍ନାଥ ସଡକ ରୁଆ ନିକଟରେ ଏକ ବୋଲେରୋ ନାଳ ଭିତରକୁ ପଶିଯିବାରୁ ୫ ଜଣଙ୍କ ମୃତ୍ୟୁ ହୋଇଛି ।

ଏହା ସହ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଛି । ପିକଅପ୍ ଭ୍ୟାନ୍ରେ କିଛି ଯାତ୍ରୀ ବ୍ରହ୍ମପୁର ଇଚ୍ଛାପୁରରୁ ପୁରୀ ଶ୍ରୀକ୍ଷେତ୍ରକୁ ଜଗନ୍ନାଥ ଦର୍ଶନ ପାଇଁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଜଗନ୍ନାଥ ସଡକ ରୁଆ ନିକଟରେ ଭାରସାମ୍ୟ ହରାଇ ବୋଲେରୋଟି ଏକ ନାଳ ଭିତରକୁ ପଶି ଯାଇଥିଲା ।