ବିଧାନସଭାରେ ମୁଖ୍ୟମନ୍ତ୍ରୀ ରଖିଲେ ବିବୃତ୍ତି: କହିଲେ, ମହିଳାଙ୍କ ଉପରେ ଅନ୍ୟାୟ ବରଦାସ୍ତ କରାଯିବନି, ରାଜ୍ୟରେ ନିୟନ୍ତ୍ରଣାଧିନ ରହିଛି ଆଇନଶୃଙ୍ଖଳା ପରିସ୍ଥିତି ।

410

କନକ ବ୍ୟୁରୋ: ବିରୋଧୀଙ୍କୁ ବିଜେଡି ସୁପ୍ରିମୋଙ୍କ ଜବାବ । ବିଧାନସଭାରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ, ‘ଦୁଷ୍କର୍ମ, ହତ୍ୟା ଭଳି ଘଟଣାକୁ ନେଇ ରାଜନୀତି ନହେଉ । ସମାଜରେ ମହିଳାଙ୍କ ଉପରେ ଅନ୍ୟାୟ ବରଦାସ୍ତ କରାଯିବନାହିଁ । ଏଥିପ୍ରତି ସରକାର ସର୍ବଦା ସଚେତନ ଅଛନ୍ତି । ଯେଉଁମାନେ ଦୋଷୀ ତାଙ୍କୁ ଉଚିତ୍ ଦଣ୍ଡ ଦେବାପାଇଁ ସରକାର ସବୁବେଳେ ପ୍ରୟାସ ଚଳାଇଛନ୍ତି ।

ସେହିପରି ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି । ୨୦୧୯ରେ ରେଡ୍ ଫ୍ଲାଗରେ ଗିରଫଦାରି ୪୧.୪୮%କୁ ବୃଦ୍ଧି । ମୋ ସରକାରରେ ଅଭିଯୋଗକାରୀଙ୍କ ଫୋନ୍ ନମ୍ବର ପଞ୍ଜୀକୃତ କରାଯାଇଛି । ‘ମୋ ସରକାର’ ଶୁଭାରମ୍ଭ ପରଠାରୁ ମୁଁ ତିନି ଶହ ଅଭିଯୋଗକାରୀଙ୍କ ସହ କଥା ହୋଇଛି । ସବୁଠାରୁ ବଡ଼ କଥା ହେଲା କି, ୧୫ ଅଗଷ୍ଟ ୨୦୨୦ ସୁଦ୍ଧା ଅନଲାଇନରେ ସବୁ ସରକାରୀ ସେବା ମିଳିବ ବୋଲି ବୟାନ ରଖିଚନ୍ତି ନବୀନ । ଆଉ ଆଗାମୀ ସମୟର ଶ୍ରମିକଙ୍କୁ ମଧ୍ୟ ବ୍ୟାଙ୍କ ଖାତା ଜରିଆରେ ମିଳିବ ଟଙ୍କା ।