ରାଜ୍ୟବାସୀଙ୍କୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଦିନ ୧୨ଟାରେ ଭିଡିଓ ବାର୍ତ୍ତା ଜାରି କରି କରିବେ ସମ୍ବୋଧନ ।

145

କନକ ବ୍ୟୁରୋ: ରାଜ୍ୟବାସୀଙ୍କୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଦିନ ୧୨ଟାରେ ଭିଡିଓ ବାର୍ତ୍ତା ଜାରି କରି ରାଜ୍ୟବାସୀଙ୍କୁ ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ । ତେବେ ସେ କେଉଁ ବିଷୟ ଉପରେ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେବେ ସେନେଇ କୌଣସି ନିଦ୍ଧିଷ୍ଟ ସୂଚନା ଦେଇନାହାନ୍ତି ।

ଗତ ବର୍ଷ ମାର୍ଚ୍ଚ ୧୫ ତାରିଖରେ ରାଜ୍ୟରୁ ପ୍ରଥମ କରି କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଆସନ୍ତାକାଲି ଏହାକୁ ଠିକ୍ ବର୍ଷେ ପୂରଣ ହେବାକୁ ଯାଉଛି । ଏହା ଭିତରେ କୋଭିଡ୍ କଟକଣା ମଧ୍ୟ କୋହଳ ହୋଇଛି । ହେଲେ କୋଭିଡର ଦ୍ୱିତୀୟ ଲହର ଏବେ ଚାରିଆଡେ ଭୟ ସଂଚାର କରିଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସଚେତନ କରିବା ସହିତ ବାର୍ତ୍ତା ଦେଇପାରନ୍ତି ବୋଲି କୁହାଯାଉଛି । ତେବେ ଦିନ ୧୨ଟାରେ ହିଁ ନବୀନ କେଉଁ ବିଷୟରେ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେବେ ସେନେଇ ସଠିକ୍ ସୂଚନା ମିଳିପାରିବ ।