ଆରମ୍ଭ ହେଲା ‘ମୋ କଲେଜ’ ଅଭିଯାନ । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରାତନ ଛାତ୍ରଙ୍କୁ କଲେଜ ସହ ଯୋଡିବାକୁ ଆରମ୍ଭ ହେଲା ନୂଆ ପ୍ରୟାସ ।

398

କନକ ବ୍ୟୁରୋ: ଆରମ୍ଭ ହେଲା ମୋ କଲେଜ ଅଭିଯାନ । ମୋ ସ୍କୁଲ ଭଳି ମୋ କଲଜେ ଅଭିଯାନ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୋ କଲେଜ ଓ ମୋ ୟୁନିଭର୍ସିଟି ଅଭିଯାନର ଶୁଭାରମ୍ଭ ହୋଇଛି । ଏହି ଅଭିଯାନରେ ୭୫୫ଟି କଲେଜ ସାମିଲ ଥିବା ବେଳେ ଏହା ପୁରାତନ ଛାତ୍ରଛାତ୍ରୀଙ୍କ ପାଇଁ ଭଲ ପ୍ଲାଟଫର୍ମ ଦେବ ଏବଂ ସେମାନେ ମୋ ସ୍କୁଲ ଭଳି ମୋ କଲେଜରେ ନିଜ ନିଜ କଲେଜକୁ ସହାୟତା କରିପାରିବେ ।

ତେବେ ମୋ କଲେଜ ଅଭିଯାନ କେବଳ ଆଲୁମିନା ଭିତରେ ସୀମିତ ହେବନି ବରଂ ଏହା ସମସ୍ତଙ୍କ ପାଇଁ ଖୋଲା ରହିବ । ଦେଶ ବିଦେଶରେ ଯେଉଁଠି ବି ଯିଏ ଥିବେ ମୋ କଲେଜ ମାଧ୍ୟମରେ ନିଜ କଲେଜ ସହ ସେମାନେ ଯୋଡି ହୋଇ ପାରିବେ । ଏହି ଅବସରରେ ମୋ କଲେଜର ପୋର୍ଟାଲର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ।