କରୋନା ସମୟରେ ଓଡିଶାରେ ୧ଲକ୍ଷ ୨୫ ହଜାର କୋଟିର ପୁଞ୍ଜିନିବେଶ ପ୍ରସ୍ତାବ । ବିକଶିତ ଓଡ଼ିଶାର ହିସାବ ଦେଲେ ସରକାର

ପାଖାପାଖି ୧ ଲକ୍ଷ ୨୫ ହଜାର କୋଟିର ପୁଞ୍ଜିନିବେଶ କରିବାକୁ ପ୍ରସ୍ତାବ ରଖିଛନ୍ତି ଓଡିଶା ସରକାର

85

ମହାମାରୀ କରୋନା କେବଳ ଭାରତ ନୁହେଁ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଗୁଡିକୁ ମଧ୍ୟ ଅର୍ଥନୈତିକ କ୍ଷେତ୍ରରେ ପ୍ରଭାବିତ କରିଛି । ହେଲେ ଏହାରି ଭିତରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଅନେକ ଥର ବିଶ୍ୱ ପାଇଁ ଉଦାହରଣ ସାଜିଥିବା ଓଡ଼ିଶା ପୁଣି ଏକ ଆନୁସଙ୍ଗିକ ପଦକ୍ଷେପ ନେଇଛି । ରାଜ୍ୟ ସରକାର କରୋନା ସମୟରେ ଅର୍ଥନୈତିକ ସ୍ଥିତିକୁ ସୁଦୃଢ କରିବା ପାଇଁ ଏକ ବଳିଷ୍ଠ ପଦକ୍ଷେପ ନେଇଛନ୍ତି । ପାଖାପାଖି ୧ ଲକ୍ଷ ୨୫ ହଜାର କୋଟିର ପୁଞ୍ଜିନିବେଶ କରିବାକୁ ପ୍ରସ୍ତାବ ରଖିଛନ୍ତି ଓଡିଶା ସରକାର । ଆଉ ଏଭଳି ପୁଞ୍ଜିନିବେଶ କ୍ଷେତ୍ରରେ ଓଡ଼ିଶାର ହେଉଛି ଏକ ନମ୍ବର ରାଜ୍ୟ ।

ପୁରୀକୁ ବିଶ୍ୱ ଐତିହ୍ୟ   ନଗରୀରେ ପରିବର୍ତ୍ତିତ କରିବା ପାଇଁ   ଶ୍ରୀ  ଜଗନ୍ନାଥ ଐତିହ୍ୟ କରିଡର ଓ  ଅବଢା ଯୋଜନା କରାଯାଇଛି । ୫ଟି କାର୍ଯ୍ୟକ୍ରମ ଅଧିନରେ ଶ୍ରୀ ଲିଙ୍ଗରାଜ ମନ୍ଦିରର ପାରିପାଶ୍ୱର୍ିକ ଉନ୍ନତି ପାଇଁ ଏକାମ୍ର ଯୋଜନା ଏବଂ ଖୁବ ଶୀଘ୍ର ସମ୍ବଲପୁରର ପ୍ରସିଦ୍ଧ ମାଆ ସମଲେଶ୍ୱରୀ ପୀଠର ବିକାଶ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ରାଜ୍ୟରେ ଅଧିକ ସଂଖ୍ୟକ ମେଡିକାଲ କଲେଜ ସ୍ଥାପନ ସହ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ୍ ହେବ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ  ସେବା ଅନୁଷ୍ଠାନ ।

ସେହିପରି ହକିର ଏନ୍ତୁଡିଶାଳ ସୁନ୍ଦରଗଡ ଜିଲ୍ଲାର ରାଉରକେଲା ଠାରେ ନିର୍ମାଣ ହେବ ଦେଶର ସର୍ବବୃହତ ହକି ଷ୍ଟାଡିୟମ୍ । ସୁନ୍ଦରଗଡ ଜିଲ୍ଲାର ପ୍ରତି ବ୍ଲକରେ ହେବ ଆଷ୍ଟ୍ରୋଟର୍ଫ ହକି ଖେଳ ପଡିଆ । ଏହାସହିତ କେନ୍ଦୁପତ୍ର ତୋଳାଳୀ ଓ ଏଥିରେ ନିୟୋଜିତ ଅନ୍ୟାନ୍ୟ କର୍ମଚାରୀଙ୍କ କଲ୍ୟାଣାର୍ଥେ ୯୨.୩୭  କୋଟି ଟଙ୍କାର ବୋନସ୍ ଏବଂ ଅନ୍ୟାନ୍ୟ ସହାୟତା ଘୋଷଣା ହୋଇଛି । ସେପଟେ ଚଳିତବର୍ଷ  ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷା ନିମନ୍ତେ  ପରୀକ୍ଷା ଫି ଛାଡ ପାଇଁ ଘୋଷଣା ହୋଇଛି । ଯେଉଁଥିରେ ଉପକୃତ ହେବେ ୬ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ।
ରାଜ୍ୟରେ କୋଭିଡ୍-୧୯ ଟିକାକରଣ କାର୍ଯ୍ୟକ୍ରମ ପାଇଁ ରାଜ୍ୟରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ସବୁଠି ବ୍ୟାପକ ପ୍ରସ୍ତୁତି କରାଯାଇଛି । ଟିକାକରଣରେ ଅପାର ସଫଳତା ମଧ୍ୟ ମିଳିଛି । ଏହାସହିତ ମିଶନ ଶକ୍ତିରେ ସାମିଲ ୮୦ ଲକ୍ଷ ମହିଳା ଆଜି ବିଭିନ୍ନ କ୍ଷେତ୍ରରେ ଦକ୍ଷତା  ସହ କାର୍ଯ୍ୟ କରୁଛନ୍ତି । ଆମେରିକା, ୟୁରୋପର ଡିପାର୍ଟମେଣ୍ଟାଲ ଷ୍ଟୋରରେ ଏଣିକି ବିକ୍ରି ହେବ ଓଡିଶା ସ୍ୱୟଂ ସହାୟକ ଗୋଷ୍ଠୀ ଉତ୍ପାଦିତ ସାମଗ୍ରୀ ।