କୋଣାର୍କ ମନ୍ଦିରରେ କାରୁକାର୍ଯ୍ୟପୂର୍ଣ୍ଣ ପଥର ହଟାଇ ସାଧା ପଥର ଲଗାଇବା ଘଟଣା । କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
ତଦନ୍ତ ପାଇଁ କେନ୍ଦ୍ର ମନ୍ତ୍ରୀ ମହେଶ ଶର୍ମାଙ୍କୁ କଲେ ଅନୁରୋଧ
କୋଣାର୍କରେ କାରୁକାର୍ଯ୍ୟପୂର୍ଣ୍ଣ ପଥର ହଟାଇ ସାଧା ପଥର ଲଗାଇବା ନେଇ କେନ୍ଦ୍ର ସଂସ୍କୃତି ମହେଶ ଶର୍ମାଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାର ତଦନ୍ତ ପାଇଁ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । କୋଣାର୍କରେ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତି ବଦଳରେ ଲାଗିଥିଲା ସାଧା ପଥର । କୋଣାର୍କ ମନ୍ଦିରରେ ଶୋଭା ପାଉଥିବା ସୂକ୍ଷ୍ମ କାରୁକାର୍ଯ୍ୟ ହଜି ଯାଇ ସେହି ସ୍ଥାନରେ ସାଧା ପଥର ସବୁ ଲାଗିଥିବା ଦେଖିବାକୁ ମିଳିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଅଣଓଡିଆ ଏଏସଆଇ ଅଧିକାରୀଙ୍କ ହାତରେ କୋଣାର୍କ ମନ୍ଦିରର ଭାଗ୍ୟ ରହିଥିବା ଚର୍ଚ୍ଚା ହୋଇଥିଲା । କାରଣ ମରାମତି ନାଁରେ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତି ସବୁ ହଟାଯାଇ ସାଧା ପଥର ସବୁ ଲଗାଯାଉଛି । ଲୁହା ରଡ୍ ଭାରାରେ ଘୋଡେଇ ରଖି ବର୍ଷ ବର୍ଷ ଧରି ଚାଲିଛି ମରାମତି କାର୍ଯ୍ୟ । ବିଶ୍ୱ ଦରବାରରେ କଳା କାରୁକାର୍ଯ୍ୟ ପାଇଁ ସ୍ୱତନ୍ତ୍ର ପ୍ରତିଷ୍ଠା ଲାଭ କରିଥିବା କୋଣାର୍କ ସୂର୍ଯ୍ୟମନ୍ଦିରକୁ ବରବାଦ କରିଦେବା ପାଇଁ ଷଡଯନ୍ତ୍ର ଚାଲିଥିବା ଅଭିଯୋଗ ହେଉଛି ।
କାରଣ ଏହି ବିଶ୍ୱ ଐତିହ୍ୟ ସ୍ଥଳୀ ଯେ କୌଣସି ମୂହୁର୍ତରେ କେବଳ ପଥରସ୍ତୁପରେ ପରିଣତ ହେବାର ଆଶଙ୍କା ଦେଖାଦେଇଛି । ଗୋଟିଏ କି ଦୁଇଟି ନୁହେଁ, ମୁଖଶାଳାର ପ୍ରାୟ ୪୦ ପ୍ରତିଶତ କାରୁକାର୍ଯ୍ୟ ହଜି ଯାଇ ତା ସ୍ଥାନରେ ସାଧା ପଥରଖଣ୍ଡ ଲଗାଇ ଦିଆଯାଇଛି ।