ବାଲେଶ୍ୱର ବିଜୁ ଯୁବ ବାହୀନି ସମାବେଶରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ : ୩୩ଟି ପ୍ରକଳ୍ପ ଉଦଘାଟନ ଓ ୪୩ଟି ପ୍ରକଳ୍ପର କଲେ ଶିଳାନ୍ୟାସ

130

କନକ ବ୍ୟୁରୋ : ବାଲେଶ୍ୱରରେ ବିଜୁ ଯୁବ ବାହୀନି ସମାବେଶରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ୩୩ଟି ପ୍ରକଳ୍ପର ଉଦଘାଟନ କରିବା ସହ ୪୩ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସୁବର୍ଣ୍ଣରେଖା ବନ୍ଦରର ଶିଳାନ୍ୟାସ ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶା ସରକାର ଓ ଟାଟା ଷ୍ଟିଲ ସହଭାଗିତାରେ ଏହି ସୁବର୍ଣ୍ଣରେଖା ବନ୍ଦର ସ୍ଥାପିତ ହେବାକୁ ଯାଉଛି ।

google

୫ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ବନ୍ଦରରେ ୧୨ଟି ବର୍ଥ ରହିବ । ବାର୍ଷିକ ଏହାର ୨୫ରୁ ୫୫ ମିଲିୟନ୍ ମେଟ୍ରିକ୍ ଟନ୍ ପଣ୍ୟ କାରବାର କ୍ଷମତା ରହିବ ବୋଲି ଆକଳନ ହୋଇଛି । ଏହାଯୋଗୁଁ ୧୨ ହଜାର ନିଯୁକ୍ତି ମିଳିବ । ବାଲେଶ୍ୱର ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ତାଳସାରୀ ବେଳାଭୂମି ମହୋତ୍ସବ ଉଦଘାଟନ କରିବେ ।