ବାତ୍ୟା କ୍ଷୟକ୍ଷତି ସମୀକ୍ଷା ସହ ପୁରୀ ପାଇଁ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ : ପ୍ରତି ପରିବାରକୁ ୫୦ କେଜି ଲେଖାଏଁ ଚାଉଳ, ୧୦ ଦିନ ଅନ୍ତରରେ ୨.୫ ଲିଟର କିରୋସିନି

200

କନକ ବ୍ୟୁରୋ : ପୁରୀରେ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମୀକ୍ଷା ପରେ ପୁରୀବାସୀଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି ନବୀନ । ପ୍ରତି ପରିବାରକୁ ୨.୫ ଲିଟର୍ ଲେଖାଏଁ କିରୋସିନି ପ୍ରଦାନ କରାଯିବ । ୧୦ ଦିନ ଅନ୍ତରରେ ଲୋକଙ୍କ ପାଖକୁ କିରୋସିନି ପହଞ୍ଚିଯିବ । ବିଦ୍ୟୁତ ଯୋଗାଣ ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଲୋକଙ୍କୁ ପାଖରେ କିରୋସିନି ପହଞ୍ଚାଇବେ ସରକାର । ଏହାସହ ପ୍ରତି ପରିବାରକୁ ୫୦ କେଜି ଲେଖାଏଁ ଚାଉଳ ପ୍ରଦାନ କରାଯିବ । ରାସନକାର୍ଡ଼ ନଥିବା ବାତ୍ୟା କ୍ଷତିଗ୍ରସ୍ତଙ୍କୁ ମଧ୍ୟ ଏହି ସୁବିଧା ମିଳିବ ।

କ୍ଷତିଗ୍ରସ୍ତଙ୍କୁ ମାଗଣାରେ ୧୦ ଲକ୍ଷ କ୍ୟାଣ୍ଡେଲ ଓ ୨ ମାସ ସାନିଟାରୀ ନାପକିନ୍ ବଂଟନ କରାଯିବ । ମୁଖ୍ୟମନ୍ତ୍ରୀ ବାତ୍ୟା ତାଣ୍ଡବରେପୁରୀ ଜିଲ୍ଲାକୁ ବିଦ୍ୟୁତ ଯୋଗାଉଥିବା ୩ ବିଦ୍ୟୁତ ଯୋଗାଣ ଲାଇନ୍ ନଷ୍ଟ ହୋଇଥିଲା । ଆଜି ଗୋଟିଏ ଲାଇନ୍ ସଜଡ଼ା ହୋଇଛି । ବିଦ୍ୟୁତ ପୁନରୁଦ୍ଧାର ପାଇଁ ୧୦ ଲୋକ ଅନବରତ କାମରେ ଲାଗୁଛନ୍ତି । ଅତି ଶୀଘ୍ର ସାରା ଜିଲ୍ଲାରେ ବିଦ୍ୟୁତ ସରବରାହ ସ୍ୱାଭାବିକ କରିବା ପାଇଁ ପ୍ରାଣପଣେ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି । ଯେତେ ଶ୍ରୀଘ୍ର ସମ୍ଭବ ପୁରୀ ଜିଲ୍ଲାରେ ବିଦ୍ୟୁତ ଯୋଗାଣ ଦିଆଯିବ । ପୁରୀ, ନିମାପଡ଼ା, କୋଣାର୍କ ଆଜି ବିଜୁଳି ଆଲୁଅରେ ଆଲୋକିତ ହେବ । ଏହାବ୍ୟତୀତ ପୁରୀରେ ହୋଇଥିବା କ୍ଷୟକ୍ଷତି ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।