କେଜ୍ରିୱାଲଙ୍କ ବଡ ନିଷ୍ପତ୍ତି । ୬ ରାଜ୍ୟରେ ନିର୍ବାଚନ ଲଢିବ ଆମ୍ ଆଦମୀ ପାର୍ଟି

ଦିଲ୍ଲୀ ଆସନରେ ବସିଥିବା କେଜ୍ରିୱାଲ ସରକାର ଏବେ ୬ଟି ରାଜ୍ୟରେ ନିର୍ବାଚନ ଲଢିବାକୁ ଯାଉଛନ୍ତି

233

ଦିଲ୍ଲୀ ଆସନରେ ବସିଥିବା କେଜ୍ରିୱାଲ ସରକାର ଏବେ ୬ଟି ରାଜ୍ୟରେ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଆପର ବସିଥିବା କାର୍ଯ୍ୟକାରିଣୀ ବୈଠକରେ ଏହି ବଡ ନିଷ୍ପତ୍ତି ନେଇଛନ୍ତି କେଜ୍ରିୱାଲ ସରକାର । ଆସନ୍ତା ୨ ବର୍ଷରେ ୬ଟି ବିଧାନସଭା ଆସନରେ ହେବାକୁ ଥିବା ନିର୍ବାଚନରେ ଆମ୍ ଆଦମି ପାର୍ଟି ତାର ପ୍ରାର୍ଥୀ ଦେବ । ଏହି ୬ଟି ରାଜ୍ୟ ହୋଉଛି ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ହିମାଚଳପ୍ରଦେଶ, ଗୁଜୁରାଟ, ପଞ୍ଜାବ, ଗୋଆରେ ଆପ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛି ।
କାର୍ଯ୍ୟକାରିଣୀ ବୈଠକରେ କେଜ୍ରିୱାଲ କହିଛନ୍ତି, ଆଜିକାଲି ଦେଶର କୃଷକ ବହୁତ ଦୁଃଖରେ ଜୀବନ କାଟୁଛନ୍ତି । ଗତ ୨୫ ବର୍ଷ ଭିତରେ ପ୍ରାୟ ୩ଲକ୍ଷରୁ ଅଧିକ ଚାଷୀ ଆତ୍ମହତ୍ୟା କଲେଣି । ଆଉ ଗତ ଜାନୁଆରୀ ୨୬ ତାରିଖରେ ଯେଉଁ ହିଂସାକାଣ୍ଡ ଘଟିଲା ତାହା ଅତ୍ୟନ୍ତ ଦୁଃଖଦାୟକ । ଏହି ହିଂସାକାଣ୍ଡରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ନଧରି କୃଷକଙ୍କ ଉପରେ ମାମଲା ରୁଜୁ କରାଯାଉଛି । କୃଷକଙ୍କ ଉପରେ ଅନ୍ୟାୟ କରାଯାଉଛି ।
ତେବେ କୃଷକ ଆନ୍ଦୋଳନ ଯେଉଁ ଯେଉଁ ତେଜିବାରେ ଲାଗିଛି । ସେହିଭଳି ଚାରିଆଡେ ମୋଦି ବିରୋଧୀ ନାରା ଶୁଣିବାକୁ ମିଳୁଛି । ଯଦି କୃଷି ଆଇନକୁ କେନ୍ଦ୍ର ପ୍ରତ୍ୟାହାର ନକରେ ତେବେ ୬ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପିକୁ କ୍ଷତି ପହଞ୍ଚି ପାରେ ବୋଲି ଆକଳନ କରାଯାଉଛି