ଅମରନାଥ ଗୁମ୍ଫା ପାଖରେ ଫାଟିଲା ବାଦଲ : ସିନ୍ଧୁ ନଦୀରେ ଜଳ ପ୍ରଳୟ , ଲୋକେ ସୁରକ୍ଷିତ  ସ୍ଥାନାନ୍ତର

151

କନକ ବ୍ୟୁରୋ : ଚାରିଆଡେ ପ୍ରକୃତିର କରାଳ ରୂପ  । ହିମାଚଳପ୍ରଦେଶ ପରେ ଏବେ ଜମ୍ମୁ – କାଶ୍ମୀର ଓ ଲଦାଖରେ ଜଳ ପ୍ରଳୟ ।  କିସ୍ତୱାଡ ଓ କାରଗିଲ ପରେ ବୁଧବାର ସନ୍ଧ୍ୟାରେ ଅମରନାଥ ଗୁମ୍ଫା  ନିକଟରେ ବାଦଲଫଟା ବର୍ଷା ହେବାରୁ ବନ୍ୟା ସ୍ଥିତି ଗମ୍ଭୀର ହୋଇପଡିଛି ।ଏଥିରେ ସିଆରପିଏଫ୍ କ୍ୟାମ୍ପ ଓ ଜମ୍ମୁ-କାଶ୍ମୀର ପୋଲିସର କ୍ୟାମ୍ପ ଗୁଡିକ କ୍ଷତିଗ୍ରସ୍ତ ହୋଇଛି । ଏନଡିଆରଏଫର ଗୋଟିଏ ଟିମ୍ ଓ ଏସଡିଆରଏଫର ଦୁଇଟି ଟିମ୍ ଘଟଣାସ୍ଥଳରେ ରହି ଯେପରି କୌଣସି ଧନଜୀବନ କ୍ଷତି ନହୁଏ ତା ଉପରେ ନଜର ରଖିଛନ୍ତି । ବାଦଲଫଟା ବର୍ଷା ଯୋଗୁଁ ସିନ୍ଧୁ ନଦୀ ବନ୍ୟା ଜଳ ବଢିବାର ଆଶଙ୍କା ଥିବାରୁ ଏହାର ଆଖପାଖ ଅଂଚଳରେ ଥିବା ଗାଁର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।