କନକ ବ୍ୟୁରୋ: ନ୍ୟାସନାଲ ମିଶନ କ୍ଲିନ ଗଙ୍ଗାକୁ ଆଖିରେ ଧୂଳି ଦେଉଥିବା ଏକ ଯୋଜନା ବୋଲି କହିଛନ୍ତି ଆହ୍ଲାବାଦ ହାଇକୋର୍ଟ । କୋର୍ଟ କହିଛନ୍ତି କି ଏହି ମିଶନ କେବଳ ଟଙ୍କା ବାଣ୍ଟିବାର ମେସିନ ହୋଇ ରହିଛି । ଏହାର ବଜେଟ ଟଙ୍କାରେ ଗଙ୍ଗା ସଫା ହେଉଛି କି ନାହିଁ ତାହାର ନା କିଛି ତଦାରଖ ହେଉଛି ନା ତୃଣମୂଳ ସ୍ତରରେ ଏହାକୁ କେହି ନଜର ରଖୁଛନ୍ତି ।

Advertisment

ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ରାଜେଶ ବିନ୍ଦଲ, ବିଚାରପତି ମନୋଜ କୁମାର ଗୁପ୍ତା ଓ ଅଜିତ କୁମାରଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏଭଳି ଟିପ୍ପଣୀ ଦେଇଥିଲେ । ଏହାସହ ଏହାର ଶୁଣାଣି ବେଳେ କୋର୍ଟ ପଚାରିଥିଲେ କି ମିଶନ ଗଙ୍ଗାର କୋଟି କୋଟି ଟଙ୍କାର ବଜେଟରେ କାମ ହୋଇଛି କି ନାହିଁ? ଏହି ପ୍ରଶ୍ନର କୌଣସି ଉତ୍ତର ମିଳିନଥିଲା ।