ଫେବ୍ରୁଆରୀ ୧୦ରେ ଖୋଲିବ ପିଜି ପ୍ରଥମ ବର୍ଷ : ଶ୍ରେଣୀ ଗୃହରେ ପାଳନ ହେବ କୋଭିଡ୍ ନିୟମ; ୨୦ଜୁଲାଇ ସୁଦ୍ଧା ଫଳ ପ୍ରକାଶ ପାଇବ

347

କନକ ବ୍ୟୁରୋ : କରୋନା ସଂକ୍ରମଣ କମୁଥିବା ବେଳେ ରାଜ୍ୟରେ ଧିରେ ଧିରେ ସ୍ୱାଭାବିକ ହେଉଛି ସ୍ଥିତି । ଫେବ୍ରୁଆରୀ ୧୦ରୁ ଖୋଲିବ ଯୁକ୍ତ ତିନି ତୃତୀୟ ଓ ପିଜି ପ୍ରଥମ ବର୍ଷ କଲେଜ । ପିଜିର ପ୍ରଥମ ସେମିଷ୍ଟାର ପରୀକ୍ଷା ୭ ଜୁନରୁ ୧୯ ଜୁନ ମଧ୍ୟରେ ହେବ । ଜୁଲାଇ ୨୦ ସୁଦ୍ଧା ଫଳାଫଳ ପ୍ରକାଶ ପାଇବ। ସେହିପରି ୟୁଜି କୋର୍ସର ତୃତୀୟ ସେମିଷ୍ଟାର ଏବଂ ପଂଚମ ସେମିଷ୍ଟାର ପରୀକ୍ଷା ଏପ୍ରିଲ ୧୯ରୁ ୩୦ ଯାଏଁ ହେବ । ୩୧ ମେ’ ରେ ପରୀକ୍ଷା ଫଳ ପ୍ରକାଶ ପାଇବ ।

ଫେବ୍ରୁଆରୀ ୮ରୁ କଲେଜ ଓ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଖୋଲିବାକୁ ଅନୁମତି ଦିଆଯାଇଛି । ଶ୍ରେଣୀଗୃହରେ କୋଭିଡ ଗାଇଡଲାଇନ ଅନୁଯାୟୀ ପାଠପଢା ହେବ । ମାସ୍କ ବାଧ୍ୟତାମୂଳକ ସହ ଶ୍ରେଣୀଗୃହ,ଲାଇବ୍ରେରୀ ଓ ପରୀକ୍ଷାଗାରରେ ୬ ଫୁଟର ସାମାଜିକ ଦୂରତା ରଖାଯିବ । ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।