କନକ ବ୍ୟୁରୋ : ଗଛ ଲଗାରୁ ହାତାହାତି । ବାଲିପାଟଣା ଅଭୟମୁଖି ଗାଁରେ ସରକାରୀ ଜମିରେ ଗଛ ଲଗାକୁ ନେଇ ଗଣ୍ଡଗୋଳ ହୋଇଛି । ସରକାରୀ ଜମି ହୋଇଥିଲେ ବି ଗଛ ଲଗାଯାଉଥିବା ସ୍ଥାନଟି ଜଣେ ବ୍ୟକ୍ତିଙ୍କ ଘର ସମ୍ମୁଖ ହେଉଥିବାରୁ ସେ ବିରୋଧ କରିଥିଲେ । ଏହାକୁ ନେଇ ଦୁଇ ପକ୍ଷ ହାତାହାତି ହେବା ପରେ ଥାନାରେ ମାମଲା ରୁଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Advertisment

ସୂଚନା ଅନୁସାରେ ଗାଁ ସ୍କୁଲ ନିକଟରେ ଗାନ୍ଧୀ ଜୟନ୍ତୀ ଅବସରରେ ଏକ ଅନୁଷ୍ଠାନ ତରକ୍ଷରୁ ବୃକ୍ଷରୋପଣ ହେଉଥିଲା । କିନ୍ତୁ ଏହି ଗଛଲଗାକୁ ସୁଶାନ୍ତ ମହାପାତ୍ର ଓ ତାଙ୍କ ଭାଇ ବିରୋଧ କରିଥିଲେ । ତାଙ୍କ ଘର ସାମ୍ନାରେ ଗଛ ଲଗାଇବାକୁ ସେମାନେ ବିରୋଧ କରିଥିଲେ । କିନ୍ତୁ ସରକାରୀ ଜମିରେ ଗଛ ଲାଗିବ ବୋଲି ସନ୍ତୋଷ କୁଣ୍ଡୁ ଜିଦ୍ କରିଥିଲେ । ଫଳରେ ସୁଶାନ୍ତ ଓ ସନ୍ତୋଷଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରସ୍ପରକୁ କୋଦାଳ ଓ ଚପଲରେ ଆକ୍ରମଣ କରିଥିଲେ । ଗ୍ରାମବାସୀ ମାନେ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।