କନକ ବ୍ୟୁରୋ : ବିଜେଡି ପଦଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି । ସାଲେପୁର ବଜାରରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ । ବିଧାୟକ ପ୍ରଶାନ୍ତ ବେହେରା ଓ ଆଶାୟୀ ବିଧାୟକ ପ୍ରାର୍ଥୀ ହିମାଂଶୁ ମହାନ୍ତିଙ୍କ ସମର୍ଥକ ହାତାହାତି ହୋଇଛନ୍ତି । ପୋଲିସ ଉପସ୍ଥିତିରେ ଏପରି ଘଟଣା ଦେଖିବାକୁ ମିଳିଛି । ଏହା ପରେ ହିମାଂଶୁଙ୍କ ସମର୍ଥକ ଚାନ୍ଦବାଲି ରାସ୍ତାରେ ରାସ୍ତାରୋକ କରିଛନ୍ତି ।
ଆରମ୍ଭ ହେଲା ବିଜେଡିର ଜନସମ୍ପର୍କ ପଦଯାତ୍ରା । ଭୁବନେଶ୍ୱରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ଓଡ଼ିଶା ବିକାଶରେ ବିରୋଧୀ ବାଧକ ସାଜିଛନ୍ତି । ଲୋକଙ୍କୁ ଭୁଲ ଖବର ଦେଇ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି । ନିର୍ବାଚନ ଆସିଲେ ସେମାନେ ଏମିତି କରନ୍ତି । କିନ୍ତୁ ବିଜେଡି ଗରିବ, ମହିଳା, ଯୁବ, ଏସସିଏସଟିଙ୍କ ପାଇଁ କାର୍ଯ୍ୟ କରୁଛି । ମହିଳା ଶଶକ୍ତିକରଣ ଦିଗରେ ବିଜେଡି କାର୍ଯ୍ୟ କରୁଛି ବୋଲି କହିଛନ୍ତି ନବୀନ ।
ସ୍କୁଲ ରୁପାନ୍ତରିକରଣ, ଖାଦ୍ୟ ସୁରକ୍ଷା, କ୍ରୀଡାର ବିକାଶ ଦିଗରେ ବିଜେଡି କାର୍ଯ୍ୟ କରୁଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଗେମ ଚେଞ୍ଜର ପାଲଟିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏସବୁ କଥା ଲୋକଙ୍କ ପାଖରେ ପହଂଚାଇବାକୁ ନେତା ଓ କର୍ମୀଙ୍କୁ ଆହ୍ୱନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପଦଯାତ୍ରା ମାଧ୍ୟମରେ ରାଜ୍ୟର ପ୍ରତ୍ୟେକ ପରିବାର ପାଖରେ ପଂହଚିବା ପାଇଁ ଲକ୍ଷ୍ୟ ରଖିଛି ଦଳ । ଘରକୁ ଘର ଯାଇ ଜନସାଧାଣଙ୍କୁ ରାଜ୍ୟ ସରକାଙ୍କ ସଫଳତା ବିଷୟରେ ଅବଗତ କରାଇବେ ଦଳର ନେତାମନ୍ତ୍ରୀ ।