କନକ ନ୍ୟୁଜର ମହାପ୍ରଭାବ: ସ୍ୱାଭିମାନ ଅଂଚଳ ପାଇଖାନା ମହାଦୁର୍ନୀତି ଘଟଣାରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ । ଚିତ୍ରକୋଣ୍ଡା ବିଡ଼ିଓ ଲରିମନ ଖର୍ସେଲ ନିଲମ୍ବିତ । 

132

କନକ ବ୍ୟୁରୋ: ନିଲମ୍ବିତ ହେଲେ ଚିତ୍ରକୋଣ୍ଡା ବିଡିଓ । କନକ ନ୍ୟୁଜର ମହା ପ୍ରଭାବ । ସ୍ୱାଭିମାନ ଅଂଚଳରେ ପାଇଖାନାର ମହା ଦୁର୍ନୀତି ନେଇ ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ବିଳମ୍ବରେ ହେଉ ପଛେ ଚିତ୍ରକୋଣ୍ଡା ଲରିମନ୍ ଖର୍ସେଲଙ୍କୁ କାର୍ଯ୍ୟରୁ ନିଲମ୍ବନ ନେଇ ବିଜ୍ଞପ୍ତି ପ୍ରକାଶ କରିଛି ରାଜ୍ୟ ପଂଚାୟତରାଜ ବିଭାଗ । ସ୍ୱାଭିମାନ ଅଂଚଳରେ ପାଇଖାନା ନିର୍ମାଣ କାମରେ ମହାଦୁର୍ନିତୀ ହୋଇଥିବା ନେଇ ବାରମ୍ବାର ଖବର ପ୍ରସାରଣ କରି ଆସୁଥିଲା କନକ ନ୍ୟୁଜ । 

ସ୍ୱାଭିମାନ ଅଂଚଳରେ ହଜାର ହଜାର ପାଇଖାନା କେବଳ କାଗଜ କଲମରେ ସାରି କୋଟି କୋଟି ଟଙ୍କା ଲୁଟ ହୋଇଥିବା ଆମେ ଦେଖାଇଥିଲୁ । ଏଥିସହ ସରକାରୀ କଳ ଏବଂ ପଦ ପଦବୀର ଅପବ୍ୟବହାର କରି ସ୍ୱାଭିମାନ ଅଂଚଳ ଓ ନିଜ ସରକାରୀ ବାସ ଭବନରେ ବିଡିଓ ଆଲବମ୍ ସୁଟିଂ କୁ ନେଇ ବିବାଦୀୟ ହୋଇପଡିଥିଲେ ବିଡିଓ । ଶେଷରେ ପାଇଖାନା ମହା ଦୁର୍ନିତୀରେ ବିଡିଓ ଲରିମନ ଖର୍ସେଲଙ୍କ ସିଧାସଳଖ ସଂପୃକ୍ତି ପ୍ରମାଣିତ ହେବା ପରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି ।