କନକ ବ୍ୟୁରୋ : ନ୍ୟୁଜଲାଣ୍ଡ ରାଜନୀତିରେ ପୁଣି ହଟଚମଟ ଦେଖିବାକୁ ମିଳିଛି । ଗୁରୁବାର ଦିନ ନ୍ୟୁଜଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡନ ନିଜ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି । ତାଙ୍କ ସ୍ଥାନରେ ଲେବର ପାର୍ଟି ତରଫରୁ କ୍ରିସ୍ ହିପକିଂସ ପ୍ରଧାନମନ୍ତ୍ରୀ ହେବେ ବୋଲି ଲେବର ପାର୍ଟି ତରଫରୁ ନିଷ୍ପତ୍ତି ନିଆଯାଇଛି । ଏନେଇ ରବିବାର ଦିନ ଦେଶର ୪୧ତମ ପ୍ରଧାନମନ୍ତ୍ରୀ ଭାବେ କ୍ରିସ୍ ହିପକିଂସଙ୍କ ନାମ ଘୋଷଣା କରାଯିବ । ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ କ୍ରିସ ହିପକିଂସ ଏବେ ଜେସିଣ୍ଡା ସରକାରରେ ପୋଲିସ, ଲୋକସେବା ଓ ଶିକ୍ଷାମନ୍ତ୍ରଣାଳୟ ସମ୍ଭାଳୁଛନ୍ତି   । କରୋନା ସମୟରେ ଜେସିଣ୍ଡା ଓ ହିପକିଂସଙ୍କ କାମକୁ ନେଇ ସେ ନ୍ୟୁଜଲାଣ୍ଡର ପ୍ରତିଟି ପରିବାର ପାଖରେ ନିଜର ସ୍ୱତନ୍ତ୍ର ପରିଚୟ ପହଂଚାଇପାରିଥିଲେ ।

Advertisment

ସେପଟେ ଜେସିଣ୍ଡା ଅର୍ଡନ ପଦ ଛାଡିବା ପଛରେ ତାଙ୍କର ବ୍ୟକ୍ତିଗତ କାରଣ ଥିବା କଥା କହିଛନ୍ତି । ସେ କହିଥିଲେ କି ପଦ ଛାଡିବା ନେଇ ଘୋଷଣା କରିବା ପରେ ସେ ଶାନ୍ତିରେ ଶୋଇ ପାରିଛନ୍ତି । ସେପଟେ ନ୍ୟୁଜଲାଣ୍ଡର ପୂର୍ବ ପ୍ରଧାନମନ୍ତ୍ରୀ ହେଲେନ କ୍ଲାର୍କ କହିଛନ୍ତି କି ଜେସିଣ୍ଡାଙ୍କୁ ଲୋକଙ୍କ ଘୃଣାର ସାମ୍ନା କରିବାକୁ ପଡିଲା, ଫଳରେ ସେ ନିଜ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହେଲେ । ଅନ୍ୟପଟେ ନ୍ୟୁଜଲାଣ୍ଡର ଜଣାଶୁଣା ରାଜନୈତିକ ବିଶ୍ଳେଷକ ଜୋଷୀ ପଗାନୀ କହିଛନ୍ତି କି ପ୍ରଧାନମନ୍ତ୍ରୀ ପଦ ପାଇଁ ହିପକିଂସ ସବୁଠାରୁ ଉତ୍ତମ ବ୍ୟକ୍ତିତ୍ୱ ।