ସାମ୍ନାକୁ ଆସିଲା ସରକାରୀ ବାବୁଙ୍କ ପ୍ରଶଂସନୀୟ କାମ । ନଦୀ ନାଳ ପାହାଡ ଦେଇ ଚାଲିଚାଲି ଅପହଂଚ ଇଲାକାରେ ପହଚିଂଲେ ଚିତ୍ରକୋଣ୍ଡା ବିଡିଓ

ପଂଚାୟତବାସୀଙ୍କ ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶୁତି

167

କନକ ବ୍ୟୁରୋ: ପ୍ରଶଂସନୀୟ କାମ କଲେ ସରକାରୀ ବାବୁ । ମାଓ ଅଂଚଳରେ ନଦୀ ନାଳ ପାହାଡ ଦେଇ ଚାଲିଚାଲି ଅପହଂଚ ଇଲାକାରେ ପହଚିଂଲେ ଚିତ୍ରକୋଣ୍ଡା ବିଡିଓ । ପଂଚାୟତବାସୀଙ୍କ ସମସ୍ୟା ବୁଝି ଏହାର ସମାଧାନ ପାଇଁ ପ୍ରତିଶୁତି ଦେଇଛନ୍ତି ବିଡିଓ ।

ସରକାରୀ ବାବୁଙ୍କ ପ୍ରଶଂସନୀୟ କାମ । ଅପହଞ୍ଚ ଇଲାକାରେ ପହଞ୍ଚିଲେ ବିଡିଓ । ଡଂଗାରେ ସରକାରୀବାବୁ । ଲାଲ କରିଡରରେ ପହଂଚିବ ବିକାଶରଧାରା । ଯାହାକୁ ସାଥୀରେ ନେଇ ପ୍ରାୟ ୮ରୁ ୧୦ କିଲୋମିଟର ନଦୀ ନାଳ ଓ ଘାଟି ପାହାଡ ରାସ୍ତା ପାରକରି , ଅପହଂଚ ଇଲାକା ଧୂଳିପୁଟ ପଂଚାୟତରେ ପହଂଚିଛନ୍ତି ଚିତ୍ରକୋଣ୍ଡା ବିଡିଓ । ଯେଉଁ କାମକୁ ନେଇ ଏବେ ସବୁଠି ପ୍ରଶଂସାର ପାତ୍ର ସାଜିଛନ୍ତି ବିଡିଓ ଲରେମୋହନ କରସେଲ । ପଂଚାୟତବାସୀଙ୍କ ସମସ୍ୟା ଶୁଣିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ପ୍ରଥମେ ଗାଁକୁ ରାସ୍ତା ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଲରେମୋହନ ।

ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ଆର.ଭିନିଲ କ୍ରିଷ୍ଣାଙ୍କ ଅପହରଣ ପରେ ଏହି ଅଂଚଳରେ କୌଣସି ସରକାରୀ ବାବୁଙ୍କ ପାଦ ପଡିନଥିଲା । ନକ୍ସଲ ଭୟରେ ଏହି ଅଂଚଳକୁ କେହି ଆସୁ ନଥିବା ବେଳେ ରାସ୍ତା ମଧ୍ୟ ନଥିବାରୁ ବିକାଶ କାମ ଠପ୍ ହୋଇପଡିଥିଲା । ଏବେ ଏହି ଅଂଚଳରେ ଲରେମୋହନ ପହଂଚି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ତେବେ ମାଓ ଉପଦ୍ରୁତ ଏହି ଅଂଚଳ ପ୍ରଶାସନର ନଜର ଆଢୁଆଳରେ ରହିଯାଇଥିବା ବେଳେ ଏବେ ବିଡିଓ ବିକାଶ କାମ ତ୍ୱରାନିତ୍ୱ କରିବାକୁ ଆଗେଇ ଆସିଛନ୍ତି ।