ଆମ ଟଙ୍କା ଫେରାଇ ଦିଅ, ପୁଣି ରାଜଧାନୀରେ ଜମାକାରୀଙ୍କ ଗର୍ଜନ । ଆନ୍ଦୋଳନକୁ ବ୍ୟାପକ କରିବାକୁ ଆହ୍ୱାନ

136

କନକ ବ୍ୟୁରୋ: ଆଜି ଭୁବନେଶ୍ୱରସ୍ଥିତ ଲୋୟର୍ ପିଏମଜିରେ ରାଜ୍ୟସ୍ତରୀୟ ‘ଜମାକାରୀ ମହାସତ୍ୟାଗ୍ରହ’ ଗଣଧାରଣା । ଏଥିରେ ତିନିଶହରୁ ଅଧିକ କମ୍ପାନି ଓ ସମବାୟ, ସମୂହ ରାଜ୍ୟ ସମବାୟ ଏବ˚ ମାଇକ୍ରୋ ଫିନାନ୍ସମାନଙ୍କ ଦ୍ବାରା କ୍ଷତିଗ୍ରସ୍ତ ଜମାକାରୀ ଯୋଗ ଦେଇଛନ୍ତି। କ୍ଷତିଗ୍ରସ୍ତ ଜମାକାରୀମାନେ ଜମା ପ୍ରମାଣପତ୍ର ଧରି ଆସିଛନ୍ତି। ଉପାନ୍ତ ଜିଲ୍ଲାମାନଙ୍କରୁ ୧୭ତାରିଖ ରାତି ଏବ˚ ୧୮ତାରିଖ ଦିନ ସାରା ବିଭିନ୍ନ ଟ୍ରେନ, ବସ୍ ଓ ଅନ୍ୟାନ୍ୟ ଯାନରେ ଭୁବନେଶ୍ବର ପହଞ୍ଚିଛନ୍ତି।

ତେବେ ଦାବି ପୂରଣ ପର‌୍ୟ୍ୟନ୍ତ ଏହି ମହାସତ୍ୟାଗ୍ରହ ଚାଲୁ ରହିବ ବୋଲି କୁହାଯାଇଛି। ଏହାର ଚୂଡ଼ାନ୍ତ ପ୍ରସ୍ତୁତି ସଂପର୍କରେ ନିକଟରେ ଆର୍ଥିକ ସ˚ସ୍ଥାମାନଙ୍କ ଦ୍ବାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ସଭାପତି ଜୟନ୍ତ ଦାସ, ସାଧାରଣ ସ˚ପାଦକ ମଧୁସୂଦନ ବିଶ୍ବାଳ, କେନ୍ଦ୍ରୀୟ କର୍ମକର୍ତ୍ତା ମଣ୍ତଳିର ଅନୁରାଧା ସୁବୁଦ୍ଧି, ଭଞ୍ଜ କିଶୋର ପ୍ରଧାନ, ଅଖିଳ ମୋହନ ଲେଙ୍କା, ବିଭୁଦ ମିଶ୍ର, ସୁଧା˚ଶୁ ବେହେରା, ପ୍ରଦୀପ ମହାରଣା, ଉମେଶ ଚନ୍ଦ୍ର ନାୟକ, ଚଣ୍ତାଳ ପ୍ରଧାନ ପ୍ରମୁଖ ସୂଚନା ଦେଇଛନ୍ତି।