ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲା । ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀଙ୍କ ଜାମିନ ଆବେଦନ ଖାରଜ

66

କନକ ବ୍ୟୁରୋ : ଛତ୍ରପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ଆଜି ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀଙ୍କ ଜାମିନ୍ ଆବେଦନ ଖାରଜ ହୋଇଯାଇଛି। ଜିଆର୍ କେସ୍‌ ନମ୍ବର ୧୩୫/୨୦୧୩ ତଥା ଛତ୍ରପୁର ଥାନା କେସ୍‌ ନମ୍ବର ୬୮/୧୩ରେ ଜାମିନ୍‌ ପାଇଁ ପ୍ରଦୀପଙ୍କ ପକ୍ଷରୁ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରାଜାରଞ୍ଜନ ପାଢୀଙ୍କ କୋର୍ଟରେ ଆବେଦନ ହୋଇଥିଲା।

ଆବେଦନର ଶୁଣାଣି କରି ମାନ୍ୟବର କୋର୍ଟ ତାଙ୍କ ଜାମିନ୍ ଆବେଦନକୁ ଖାରଜ କରି ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଓକିଲ ରମେଶ ଚନ୍ଦ୍ର ଚୌଧୁରୀ ଓ ଡମିନାଥ ସାହୁ ଏବଂ ପ୍ରଦୀପଙ୍କ ପକ୍ଷରୁ ଓକିଲ ସଞ୍ଜୟ ନାରାୟଣ ସାହୁ ମକଦ୍ଦମା ପରିଚାଳନା କରିଥିଲେ।