ସିନେମାଘରେ ସୁଲଭ ମୂଲ୍ୟରେ ମିଳିବ ଖାଦ୍ୟପେୟ ସାମଗ୍ରୀ !

146

ସିନେମାଘର କିମ୍ବା ମଲ୍ଟିପ୍ଲେକ୍ସରେ ମନମୁତାବକ ବିକ୍ରି ହେଉଥିବା ଖାଦ୍ୟପେୟ ସାମଗ୍ରୀ ଏବଂ ପାଣି ବୋତଲ ଏବେ ସୁଲଭ ମୂଲ୍ୟରେ ଗ୍ରାହକଙ୍କୁ ବିକ୍ରି କରାଯିବ । ମୁମ୍ବାଇ ହାଇକୋର୍ଟ ଦ୍ୱାରା ସୁଲଭ ମୂଲ୍ୟରେ ଗ୍ରାହକଙ୍କୁ ଖାଦ୍ୟପେୟ ସାମଗ୍ରୀ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ହାଇକୋର୍ଟ ନିର୍ଦ୍ଦେଶ ପରେ ମହାରାଷ୍ଟ୍ର ସରକାର ଏହା ଉପରେ ନୁଆ ନୀତି ଆରମ୍ଭ କରିବାକୁ ଆଗେଇ ଆସିଛି ।

ନ୍ୟାୟାଧିଶ ଏମଏସ କେମକର ଏବଂ ଏମଏସ କାର୍ଣ୍ଣୀକ ଜେନେରାଲ ବକ୍ସୀଙ୍କ ଦ୍ୱାରା ଦିଆଯାଇଥିବା ପିଆଇଏଲ ଉପରେ ଶୁଣାଣି କରିଥିଲେ । ବକ୍ସୀ ସିନେମାଘରେ ବାହାରୁ କୌଣସି ଖାଦ୍ୟପେୟ ନନେବା ଏବଂ ଚଢ଼ା ଦରରେ ସାମଗ୍ରୀକୁ ବିକ୍ରି କରିବାରେ ଅଙ୍କୁଶ ଲଗାଇବା ନିମିତ୍ତ ଏକ ଲିଖିତ ଚିଠା ପ୍ରଦାନ କରିଥିଲେ । ବକ୍ସୀଙ୍କ ଓକିଲ ହାଇକୋର୍ଟରେ ଏହାକୁ ନେଇ କହିଥିଲେ ଯେ ସିନେମାଘରେ ବିକ୍ରେତାଙ୍କ ମନମତାଣିଆ ମୂଲ୍ୟ କେଉଁ ଆଇନରେ ଲେଖାନାହିଁ । କେଉଁ ଅଧିକାରରେ ଏଭଳି ଚଢ଼ାଦରରେ ଖାଦ୍ୟପେୟ ସାମଗ୍ରୀକୁ ବିକ୍ରି କରାଯାଉଛି?

ନ୍ୟାୟାଧିଶ କେମକର ଏହି ପ୍ରସଙ୍ଗକୁ ନେଇ ଶୁଣାଣି କରିଥିଲେ ଯେ ଯଦି ବାହାର ଖାଦ୍ୟ ପ୍ରବେଶ ନିଷିଦ୍ଧ କରାଯାଉଛି ତେବେ ସିନେମାଘରେ ବିକ୍ରି ହେଉଥିବା ଖାଦ୍ୟପେୟ ମଧ୍ୟ ବାହାର ଖାଦ୍ୟପେୟ ମୂଲ୍ୟ ସହ ସମାନ ହେବା କଥା କିନ୍ତୁ ଚଢାଦରରେ ସାମଗ୍ରୀ ବିକ୍ରି କରି ଲୋକଙ୍କୁ ଠକିବା ଭଳି କାମକୁ ଖୁବଶୀଘ୍ର ବନ୍ଦ କରିବାକୁ ହାଇକୋର୍ଟ ନିଷ୍ପିତ୍ତି ନେଇଛି ।