ଭାରତର ଧର୍ଯ୍ୟ ପରୀକ୍ଷା କରୁଛି ଚୀନ: ଭାରତ ବାୟୁସୀମାରେ ଚୀନ ସେନାର ଅନୁପ୍ରବେଶ ଉଦ୍ୟମ 

219

କନକ ବ୍ୟୁରୋ: ସୁଧୁରୁନି ଚୀନ । ନିୟମ ଉଲ୍ଲଂଘନ କରି ଭାରତୀୟ ବାୟୁସୀମାରେ ପୁଣି ଅନୁପ୍ରବେଶ  ପାଇଁ ଚେଷ୍ଟା କରିଛି  ଚୀନର ଲଢୁଆ ବିମାନ । ଉତରପୂର୍ବ ଲଦାଖରେ ଚୀନ ଯୁଦ୍ଧ ବିମାନ ଅନୁପ୍ରବେଶ କରିଥିବା ଜଣାପଡିଛି । ଭୋର ୪ଟା ସମୟର ଏହି ଘଟଣା ବାବଦରେ ସୂଚନା ମିଳିବା ମାତ୍ରକେ ଭାରତୀୟ ସେନା ଆର୍ଲଟକୁ ଆସିଥିଲେ ଓ ଚୀନ ବିମାନ ଫେରି ଯାଇଥିବା କୁହାଯାଉଛି । ସୀମାରେ ମୃତୟନ ରାଡାର ଘଟଣା ସମ୍ବନ୍ଧରେ ଜାଣିବାକୁ ପାଇଥିଲା । ଏୟାରସ୍ପେଶରେ ଅନୁପ୍ରବେଶ ହେଉଥିବା ଦେଖି ଭାରତୀୟ ବାୟୁସେନା ଷ୍ଟାଣ୍ଡାର୍ଡ ଅପରେଟିଗଂ ପ୍ରୋସିଜର ଆଧାରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲା । ଘଟଣାକୁ ନେଇ ଆପତି ପ୍ରକାଶ କରିଛି ଭାରତୀୟ ସେନା । ଲଦାଖ ସୀମାକୁ ଲାଗି ଚୀନ ସେନାଭ୍ୟାସ କରୁଛି । ସେପଟେ ଲଦାଖରେ ବେଶ କିଛି ଦିନ ହେବ ଭାରତ ଓ ଚୀନ ମଧ୍ୟରେ ଗତିରୋଧ ଜାରି ରହିଛି । ସବୁ ସ୍ଥିତିର ମୁକାବିଲା ପାଇଁ ଭାରତୀୟ ସେନା ସଜାଗ ରହିଛି । ସେପଟେ ଚୀନ ମଧ୍ୟ ଭାରତୀୟ ସୀମାକୁ ଲାଗି ବହୁ ସଂଖ୍ୟକ ଫାଇଟର ଜେଟ ଓ ଏୟାରକ୍ରାପ୍ଟ ମୃତୟନ କରିଛି ।