ଚୀନ ବି ମୁଣ୍ଡ ନୁଆଁଇଲା ଭାରତ ସାମ୍ନାରେ..ସହିଦ ଯବାନଙ୍କୁ ଜଣାଇଲା ସମ୍ମାନପୂର୍ବକ ଶ୍ରଦ୍ଧାଂଜଳୀ, ମସୁଦ ଅଜହରକୁ ନେଇ ଦେଲା ସାଂଘାତିକ ବୟାନ..

842

ଜମ୍ମୁକାଶ୍ମୀରର ପୁଲୱାମାରେ ହୋଇଥିବା ବଡ ଧରଣର ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛି ଚୀନ । ଗତ ୨୦ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା ଚୀନ କଂପାନୀ ଭିଭୋ ଭି୧୫ ପ୍ରୋ ଫୋନର ଲଂଚ କାର୍ଯ୍ୟକ୍ରମ । ହେଲେ ଲଂଚିଂର ଠିକ୍ ପୂର୍ବରୁ କଂପାନୀ ପୁଲୱାମାରେ ସହିଦ ଯବାନଙ୍କୁ ସ୍ମୃତିଚାରଣ କରିବା ସହିତ ବୀର ସହିଦ ଯବାନମାନଙ୍କ ପାଇଁ ଦୁଇ ମିନିଟ୍ କାଳ ନିରବ ପ୍ରାର୍ଥନା ମଧ୍ୟ କରିଥିଲା ।

ପୁଲୱାମା ଆକ୍ରମଣ ଉପରେ କଂପାନୀର ବୟାନ

କଂପାନୀର କର୍ପୋରେଟ୍ କମ୍ୟୁନିକେସନ ହେଡ ପୁଲୱାମ।। ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ମସୁଦ ଅଜହର ଉପରେ କିଛି ପ୍ରତିକ୍ରିୟା ଦେବାକୁ ରୋକଠୋକ୍ ମନା କରିଦେଇଥିଲେ । ସେ କହିଥିଲେ କି, ଏହା ଅତ୍ୟନ୍ତ ସମ୍ବେଦନଶୀଳ ମାମଲା, ଯାହା ଉପରେ କିଛି ମତାମତ ଦେବାକୁ ସେ ଉଚିତ ବ୍ୟକ୍ତି ନୁହଁନ୍ତି ବୋଲି । ଚେବେ ଏଠାରେ ଆମେ କହି ରଖୁଛୁ କୁ, ପୁଲୱାମା ଆକ୍ରମଣରେ ମସୁଦ ଅଜହରର ନାଁ ସାମନାକୁ ଆସିବା ପରେ ପରେ ସାରା ଦେଶରେ ଚୀନ ସାମଗ୍ରୀଗୁଡିକୁ କିଣିବା ଉପରେ ପ୍ରତିବନ୍ଧକ ଲଗାଇବାର ଅଭିଯାନ ଆରମ୍ଭ ହୋଇଛି ।

ଚୀନ ପାଇଁ ବହୁବାର ଖସି ଯାଇଛି ମସୁଦ

ପୁଲଓାମା ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ମସୁଦ ଅଜହର ଉପରେ ପ୍ରତିବନ୍ଧକ ବିରୋଧରେ ଭାରତ ସରକାରଙ୍କ ତରଫରୁ ଅନେକ ବାର ପ୍ରତିବନ୍ଧକ ଲଗାଇବାର ପ୍ରୟାସ କରାଯାଇଛି ଆଉ ଭାରତ ସହିତ ବିଶ୍ୱର ତମାମ ଦେଶଗୁଡିକ ସମୂହ ଅଜହରକୁ ଆତଙ୍କୀ ସୂଚୀରେ ମଧ୍ୟ ପକାଇବାକୁ ସମର୍ଥନ କରିଛନ୍ତି । ହେଲେ ଚୀନ କାରଣରୁ ପ୍ରତି ଥର ମସୁଦ ଖସି ପଳାଇବାରେ ସଫଳ ହୋଇଛି । ଭାରତର ପକ୍ଷରୁ ପୁଣି ଥରେ ମସୁଦ ଅଜହରକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରତିବନ୍ଧକ ଲଗାଇବାକୁ ପ୍ରୟାସ ଆରମ୍ଭ କରାଯାଇଛି , ଏଥିରେ ଫ୍ରାନ୍ସ ମଧ୍ୟ ଭାରତ ସରକାରଙ୍କୁ ସହଯୋଗ କରିବାକୁ ଘୋଷଣା କରିଛି ।