ପ୍ରତିରକ୍ଷା କ୍ଷେତ୍ରରେ ବିଶ୍ୱର ସବୁଠୁ ଶକ୍ତିମାନ ହେବ ଚୀନ । ୧୦ବର୍ଷ ମଧ୍ୟରେ ପରମାଣୁ ଅସ୍ତ୍ରଶସ୍ତ୍ରରେ ଭର୍ତି ହେବ ବେଜିଂର ପ୍ରତିରକ୍ଷା ଭଣ୍ଡାର

120

କନକ ବ୍ୟୁରୋ : ପ୍ରତିରକ୍ଷା କ୍ଷେତ୍ରରେ ବିଶ୍ୱର ସବୁଠୁ ଶକ୍ତିମାନ ହେବ ଚୀନ । ୧୦ବର୍ଷ ମଧ୍ୟରେ ପରମାଣୁ ଅସ୍ତ୍ରଶସ୍ତ୍ରରେ ଭର୍ତି ହେବ ବେଜିଂର ପ୍ରତିରକ୍ଷା ଭଣ୍ଡାର । ପ୍ରତିରକ୍ଷା କ୍ଷେତ୍ରରେ ଆମେରିକାକୁ ମାତ ଦେବାକୁ ଚୀନ ଗୁପ୍ତ ଯୋଜନାରେ ଲାଗିପଡିଛି । ରାଷ୍ଟ୍ରପତି ସି-ଜିନପିଙ୍ଗ ପରମାଣୁ ଅସ୍ତ୍ରକୁ ଅଧିକ ବିକଶିତ କରିବା ସହିତ ନୂଆ ତଥା ଶକ୍ତିଶାଳୀ ଆଟବମ ତିଆରି କରୁଥିବା ପେଂଟାଗନ ଆଶଙ୍କା କରିଛି । ପେଂଟାଗନର ରିପୋର୍ଟରେ କୁହାଯାଇଛି କି ୨୦୩୫ସୁଦ୍ଧା ଚୀନ ପାଖରେ ୧୫ଶହରୁ ଅଧିକ ପରମାଣୁ ଅସ୍ତ୍ର ରହିଥିବ । ବର୍ତମାନ ଚୀନ ପାଖରେ ୪ଶହରୁ ଅଧିକ ଆଟମ ବମ ରହିଛି । କ୍ରମଶ ସେ ନିଜର ଶକ୍ତି ବୃଦ୍ଧି କରୁଥିବା ଜଣାପଡିଛି ।

୨୦୩୫ ସୁଦ୍ଧାର ଡ୍ରାଗନ ଆହୁରି ଶକ୍ତିଶାଳୀ ହେବ । ଚୀନ ନିଜର ଜଳ,ସ୍ଥଳ, ବାୟୁ ସେନାର କ୍ଷମତାକୁ ବୃଦ୍ଧି କରିବାରେ ଲାଗିପଡିଛି । ଶତ୍ରୁ ଦେଶମାନଙ୍କୁ ମାତ ଦେବାକୁ ଭୁପୃଷ୍ଠରୁ ଆକାଶକୁ ,ଆକାଶୁ ଆକାଶରୁ ସମୁଦ୍ର ଓ ସମୁଦ୍ରରୁ ଆକାଶକୁ ପରମାଣୁ ଆକ୍ରମଣ ପାଇଁ ଆଣବିକ ଅସ୍ତ୍ର ତିଆରି କରୁଥିବା ପେଂଟାଗନ ଆଶଙ୍କା ପ୍ରକାଶ କରିଛି । ଅନ୍ୟପଟେ ପ୍ରତିରକ୍ଷା କ୍ଷେତ୍ରରେ ନିବେଶକୁ ଅଧିକ ବୃଦ୍ଧି କରିଛନ୍ତି ରାଷ୍ଟ୍ରପତି ସି-ଜିନପିଙ୍ଗ । ସେହିପରି ବେଜିଂ ପିଏଲଏକୁ ଶକ୍ତିଶାଳୀ ଓ ଅତ୍ୟାଧୁନିକ ଅସ୍ତ୍ର ଯୋଗାଇବା ଦେବ ବୋଲି ରିପୋର୍ଟରେ କୁହାଯାଇଛି ।