ଓଡ଼ିଶା ଉପରେ ଚୀନର ଆଖି: ସୁନାବେଡା, ଚାନ୍ଦିପୁର ଓ ପାରାଦୀପ ଉପରେ ନଜର

6,087

କନକ ବ୍ୟୁରୋ: ଓଡିଶାର ସୁନାବେଡାରେ ଥିବା ମିଗ୍ ଇଞ୍ଜିନ୍ ଫ୍ୟାକ୍ଟ୍ରି, ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି, ଓ ପାରାଦୀପ ପୋର୍ଟ ଉପରେ ଏବେ ଚୀନର ନଜର । ଏହି ସବୁ ସମ୍ବେଦନଶୀଳ ଅଂଚଳ ସମ୍ପର୍କରେ ଗୁପ୍ତ ତଥ୍ୟ ହାତେଇବା ପାଇଁ ଗୁପ୍ତଚର ପାରା ବ୍ୟବହାର କରୁଛି ଚୀନ । ଗତ ମାର୍ଚ୍ଚ ୬ ତାରିଖରେ ପାରାଦୀପ ତଟବର୍ତୀ ଅଂଚଳରୁ ଅଳ୍ପ ଦୂରରେ ଏକ ମାଛଧରା ବୋଟରୁ ଗୁଇନ୍ଦା ପାରା ଧରା ପଡିବା ପରେ ଏହାକୁ ନେଇ ଚିନ୍ତା ବଢି ଯାଇଛି । ଆମେରିକାକୁ ଗୁଇନ୍ଦା ବେଲୁନ୍ ପଠାଇ ଆକାଶମାର୍ଗରୁ ତଥ୍ୟ ହାସଲ କରିବା ଭଳି ଏବେ ଭାରତର ପ୍ରତିରକ୍ଷା କ୍ଷେତ୍ରର ଗୁପ୍ତ ତଥ୍ୟ ହାତେଇବା ପାଇଁ ପାରାଙ୍କୁ ବ୍ୟବହାର କରୁଛି ଜିନ୍ପିଙ୍ଗର ପିଏଲଏ ଆର୍ମି । ଓଡିଶାର କ୍ଷେପଣାସ୍ତ୍ର ଘାଟି ଚାନ୍ଦିପୁର ସେମାନଙ୍କ ମୁଖ୍ୟ ଟାର୍ଗେଟ୍ ବୋଲି କୁହାଯାଉଛି । ପାରା ଗୋଡରେ ଟ୍ରାନ୍ସମିଟର ଓ କ୍ୟାମେରା ଖଂଜି ବଙ୍ଗୋପସାଗର ମଝି ସମୁଦ୍ରରୁ ଜାହଜରୁ ଏହି ଗୁଇନ୍ଦା ପାରା ଛଡା ଯାଉଛି । କିଛି ପାରା ବାଟବଣା ହୋଇ ଉଦ୍ଧାର ହେବା ପରେ ଚୀନର ଚାଲାକି ଉପରୁ ଏବେ ପର୍ଦ୍ଦା ଉଠିଛି । ବିଶେଷଜ୍ଞଙ୍କ ମତ ଅନୁସାରେ ଚୀନର ପିଏଲଏ ସେନା ଓଡିଶା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି, ସୁନାବେଡାରେ ଥିବା ମିଗ୍ ଇଞ୍ଜିନ୍ ଫ୍ୟାକ୍ଟ୍ରି ଏବଂ ପାରାଦୀପ ପୋର୍ଟ ଉପରେ ନଜର ରଖିବା ଏବଂ ଏଠାରୁ ତଥ୍ୟ ସଂଗ୍ରହ କରିବା ପାଇଁ ଗୁଇନ୍ଦା ପାରାକୁ ପଠାଉଛି । ବିଶେଷ କରି ଚାନ୍ଦିପୁର ଓ ମିଗ୍ ଫ୍ୟାକ୍ଟ୍ରି ଉପରେ ଚୀନର ନଜର ରହିଥିବା ସୂଚନା ମିଳିଛି ।

ଓଡ଼ିଶା ଉପରେ ଚୀନର ନଜର!
– ଓଡ଼ିଶାରେ ଧରା ପଡୁଛି ଚୀନର ଗୁଇନ୍ଦା ପାରା
– ପାରାଦୀପ, କେନ୍ଦ୍ରାପଡା, ପୁରୀ, ସୁନ୍ଦରଗଡରେ ଠାବ
– ଗୁଇନ୍ଦା ତଥ୍ୟ ହାତେଇବାକୁ ଚୀନର ଷଡଯନ୍ତ୍ର
– ପାରାକୁ ପ୍ରୟୋଗ କରି ତଥ୍ୟ ହାତେଇବାକୁ ଷଡଯନ୍ତ୍ର
– ପାରା ଗୋଡ଼ରେ ଟ୍ରାନ୍ସମିଟର ଓ କ୍ୟାମେରା ଖଂଜା ହୋଇଛି
– ଆକାଶମାର୍ଗରୁ ତଥ୍ୟ ସଂଗ୍ରହ କରୁଛି ଗୁଇନ୍ଦା ପାରା!
– ଟାର୍ଗେଟ୍ରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି, ସୁନାବେଡା ମିଗ୍ ଇଞ୍ଜିନ୍ ଫ୍ୟାକ୍ଟ୍ରି
– ପାରାଦୀପ ପୋର୍ଟ ଉପରେ ମଧ୍ୟ ରହିଛି ନଜର

ଓଡ଼ିଶା ଉପରେ ଚୀନର ନଜର!
– ପୂର୍ବରୁ ଗୁଇନ୍ଦାଗିରି କରିବାକୁ ଗୁପ୍ତଚର ବେଲୁନ ପଠାଉଥିଲା
– ୧୯୬୯ରେ ପୁରୀ ସାକ୍ଷୀଗୋପାଳରେ ଚୀନ ବେଲୁନ ଜବତ
– ବେଲୁନ୍ରେ ଲାଗିଥିଲା ଛୋଟ ମେସିନ୍
– ବେଲୁନ ଜରିଆରେ ଓଡ଼ିଶାର ଫଟୋ ସଂଗ୍ରହ କରୁଥିଲା ଚୀନ
– ମୌସୁମୀ ବାୟୁ ପ୍ରବାହ ସମୟରେ ବେଲୁନ୍ ଛାଡୁଥିଲା ଚୀନ

ଓଡ଼ିଶା ଉପରେ ଚୀନର ନଜର!
– ୨୦୧୨ କୋଣାର୍କରେ ‘ହୁମର’ ପ୍ରଜାତି ପାରା ଉଦ୍ଧାର
– ପାରା ଗୋଡରେ ଲାଗିଥିଲା ପ୍ଲାଷ୍ଟିକ୍ କ୍ୟାପସୁଲ
– ୨୦୨୨, ଜାନୁଆରୀ ୩, ସୁନ୍ଦରଗଡରେ ପାରା ଉଦ୍ଧାର
– ରାଜଗାଙ୍ଗପୁର କାଂଶବାହାଲରୁ ଚୀନ୍ ଗୁଇନ୍ଦା ପାରା ଜବତ
– ପାରା ଡେଣାରେ ଚାଇନିଜ୍ ଅକ୍ଷର ଲେଖାଥିଲା

ଓଡ଼ିଶା ଉପରେ ଚୀନର ନଜର!
– ୨୦୨୨, ଜାନୁଆରୀ ୪, ପୁରୀରୁ ଉଦ୍ଧାର ଚୀନ ପାରା
– ମାଳତିପାଟପୁରରୁ ଚୀନ ଗୁପ୍ତଚର ପାରା ଉଦ୍ଧାର
– ପାରା ପରରେ ଲାଗିଥିଲା କେମିକାଲ, ଗୋଡ଼ରେ ଟ୍ୟାଗ୍
– ୨୦୨୨, ଜାନୁଆରୀ ୪, କେନ୍ଦ୍ରାପଡାରେ ଚାଇନିଜ୍ ପାରା ଠାବ
– ମାର୍ଶାଘାଇ, ଦଶିପୁର ଗାଁରେ ମିଳିଥିଲା ଗୁପ୍ତଚର ପାରା
– ପାରା ଗୋଡ଼ରେ ଲାଗିଥିଲା ଟ୍ୟାଗ୍

ଓଡ଼ିଶା ଉପରେ ଚୀନର ନଜର!
– ୨୦୨୨, ଜାନୁଆରୀ ୪, କେନ୍ଦ୍ରାପଡାରୁ ମିଳିଥିଲା ଆଉ ଏକ ପାରା
– ମହାକାଳପଡା ବତୀଘର ଅଂଚଳରୁ ମିଳିଥିଲା ଚୀନ ଗୁଇନ୍ଦା ପାରା
– ପାରା ଗୋଡ଼ରେ ଲାଗିଥିଲା ଟାଗ୍
– ଗତ ମାର୍ଚ୍ଚ ୬, କୋଣାର୍କ ରୁ ମିଳିଥିଲା ଗୁପ୍ତଚର ପାରା
– ‘ସାରଥୀ’ ମାଛଧରା ବୋଟ୍ରେ ମିଳିଥିଲା ଏହି ପାରା
– ପାରା ଗୋଡ଼ରେ ଲାଗିଥିଲା ସୋଲାର ପ୍ୟାନେଲ, ଟ୍ରାନ୍ସମିଟର