କନକ ବ୍ୟୁରୋ: ଆଗକୁ କରୋନାଠାରୁ ବି ଆହୁରି ଘାତକ ଭାଇରସ୍ ଆସିବା ନେଇ ଚେତାବନୀ ଦେଲେ ଚୀନର ବ୍ୟାଟଓମ୍ୟାନ୍ ଭାବେ ଜଣାଶୁଣା ବିଶେଷଜ୍ଞ ସି ଝେଙ୍ଗଲି ।ଆନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ପଶୁମାନଙ୍କ ଠାରୁ, ବି‌ଶେଷ କରି ବାଦୁଡ଼ିଙ୍କଠାରୁ ଉତ୍ପନ୍ନ ହେଉଥିବା ଭୂତାଣୁ ଉପରେ ନିଜ ଗବେଷଣା କାର୍ୟ୍ୟ ପାଇଁ ସି ଝେଙ୍ଗଲି ତାଙ୍କର ଏକ ରିପୋର୍ଟରେ ସତର୍କ କରାଇ ଦେଇଛନ୍ତି। ସେ କହିଛନ୍ତି ଯେ ଆଗାମୀ ଦିନରେ ଆଉ ଏକ କୋରୋନା ଭୂତାଣୁ ସୃଷ୍ଟି ହେବାର ଯଥେଷ୍ଟ ଆଶଙ୍କା ରହିଛି।

Advertisment

ଭାଇରୋଲୋଜିଷ୍ଟ ସି ଝେଙ୍ଗ୍ଲିଙ୍କ ଅନୁସନ୍ଧାନ ଚିନ୍ତାଜନକ। ତାଙ୍କର ଆକଳନ ସୂଚାଉଛି ଯେ ଛଅ ପ୍ରକାରର ଭୂତାଣୁର ଭୟ ରହିଛି। ଯେଉଁଥିରୁ ଅଧା ପୂର୍ବରୁ ମନୁଷ୍ୟମାନଙ୍କ ଠାରେ ମାରାତ୍ମକ ରୋଗ ସୃଷ୍ଟି କରିଥିଲା, ସେମାନଙ୍କୁ ବଡ଼ ବିପଦ ଭାବରେ ଶ୍ରେଣୀଭୁକ୍ତ କରାଯାଇଛି। ଅବଶିଷ୍ଟ ୩ ପ୍ରକାର ଅନ୍ୟ ପ୍ରାଣୀ ପ୍ରଜାତିକୁ ସଂକ୍ରମିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭବିଷ୍ୟତରେ କରୋନା ଭାଇରସ୍‌ ପରି ଆଉ ଏକ ମହାମାରୀ ବ୍ୟାପିବାର ଆଶଙ୍କା ରହିଛି ବୋଲି ଏହି ଗବେଷଣାରେ ପୂର୍ବାନୁମାନ କରାଯାଇଛି।