ଭାରତ- ପ୍ରଶାନ୍ତ ମହାସାଗର, ଦକ୍ଷିଣ ଚୀନ ସାଗର ଏବଂ ପୂର୍ବ ଲଦାଖ ସୀମା ବିବାଦ ନେଇ ଚୀନର ଆକ୍ରମଣାତ୍ମକ ସାମରିକ ସ୍ଥିତି ଉପରେ ଜାପାନର ରାଜଧାନୀ ଟୋକିଓରେ ୪ ଟି ଦେଶର ମୁଖ୍ୟଙ୍କୁ ନେଇ ଆଲୋଚନା ହୋଇଥିଲା

ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଏବେ ଉଗ୍ରରୂପ

271

କନକ ବ୍ୟୁରୋ : ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲ.ଏ.ସି କୁ ନେଇ ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଏବେ ଉଗ୍ରରୂପ ନେଉଥିବା ଦେଖିବାକୁ ମିଳିଛି । ଚୀନ ଭାରତର ପ୍ରକୃତ ସୀମାରେଖା ନିକଟରେ ୬୦ ହଜାରରୁ ଅଧିକ ସୈନ୍ୟ ଠୁଳ କରିଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ଆମେରିକା ବିଦେଶ ମନ୍ତ୍ରୀ ମାଇକ ପୋମ୍ପିଓ ।

ସେ ଚୀନର ଖରାପ ମନୋଭାବ ନେଇ କ୍ୱାର୍ଡ ଦେଶ ମାନଙ୍କୂୁ ଚେତାବନୀ ଦେଇଛନ୍ତି । ଏହି କ୍ୱାର୍ଡ ଦେଶ ମାନଙ୍କ ମଧ୍ୟରେ ଆମେରିକା, ଜାପାନ, ଭାରତ ଓ ଅଷ୍ଟ୍ରେଲିଆ ଦେଶ ରହିଛନ୍ତି । ଏହି ୪ ଦେଶର ବୈଦେଶିକ ମନ୍ତ୍ରୀ ମାନଙ୍କୁ ନେଇ ମଙ୍ଗଳବାର (୬.୧୦୨୦୨୦) ଦିନ ଇଟାଲିର ରାଜଧାନୀ ଟୋକିଓରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କରୋନା ମହାମାରୀ ଅରମ୍ଭ ହେବା ପରେ କ୍ୱାର୍ଡ ଦେଶ ମାନଙ୍କର ଏହା ମିଳିତ ବୈଠକ ଥିଲା ।

ଏହି ବୈଠକରେ ଚୀନ୍ ର ବିସ୍ତାରବାଦ ନୀତିକୁ କିଭଳି ଦମନ କରାଯିବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡିଛି । ଏହି ବୈଠକରେ ଭାଗ ନେଇଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଶୁକ୍ରବାର ଏକ ଆନ୍ତର୍ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି କି ଭାରତର ଉତ୍ତର ସୀମାରେ ଚୀନ ଏବେ ୬୦ ହଜାରରୁ ଅଧିକ ସୈନ୍ୟ ଠୁଳ କରିସାରିଛି । ସେ ଆହୂୁରି କହିଛନ୍ତି କି ‘ମୁଁ ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ଭଳି ୪ ଟି ବିକାଶଶୀଳ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ ମାନଙ୍କ ସହ ରହିଛି । ଯାହାକୁ ଆମେ କ୍ୱାଡ ବୋଲି କହୁଛୁ । ୪ ଟି ବଡ ଲୋକତନ୍ତ୍ର,ବଳଶାଳୀ ଓ ବିକଶିତ ଆର୍ଥିକ ବ୍ୟବସ୍ଥାର ଦେଶକୁ ଚୀନର ବିସ୍ତାରବାଦୀ ନୀତି ଚିନ୍ତାରେ ପକାଇଛି ।’