ଚୀନ ମାନିଲା ସତ ! ଡ୍ରାଗନ ସେନା ମୁଖ୍ୟ କହିଲେ ଡୋକଲାମକୁ ନେଇ ଅଯଥାରେ ବିବାଦ ହୋଇଥିଲା

60

କନକ ବ୍ୟୁରୋ : ସତ ମାନିଲେ ଚୀନ ସେନା ମୁଖ୍ୟ । ପିପୁଲସ ଲିବରେସନ ଆର୍ମିର ମେଜର ଜେନେରାଲ କ୍ୱିଆଓ ଲିଆଙ୍ଗ କହିଛନ୍ତି ଡୋକଲାମରେ ରାସ୍ତା ନିର୍ମାଣକୁ ନେଇ ଯେଉଁ ବିବାଦ ଦେଖାଦେଇଥିଲା ତାହା ଉଚିତ୍ ନଥିଲା, ଅଯଥାରେ ବିବାଦ ସୃଷ୍ଟି ହୋଇଥିଲା । ଲିଆଙ୍ଗ କହିଛନ୍ତି ଡୋକଲାମରେ ଚୀନ ରାସ୍ତା ନିର୍ମାଣ ପାଇଁ india-china-ସେହି ସମୟ ଉପଯୁକ୍ତ ସମୟ ନଥିଲା । ଏହା ସହ ଭାରତୀୟ ସେନା ବିରୋଧୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଚୀନର ସରକାରୀ ଗଣମାଧ୍ୟମ ଯେଉଁଭଳି ଭାବେ ଉତ୍ତେଜନା ପୂର୍ଣ୍ଣ ଲେଖା ପ୍ରକାଶ କରୁଥିଲା ତାହା ଅତ୍ୟନ୍ତ ଦାୟିତ୍ୱହୀନ ବୋଲି ସେ ଏକ ଆଲେଖ୍ୟରେ ଦର୍ଶାଇଛନ୍ତି ।

୭୨ ଦିନର ଉତ୍ତେଜନା ପରେ ଉଭୟ ରାଷ୍ଟ୍ର ଅତ୍ୟନ୍ତ ସଞ୍ଜମତାରେ ସହ ମାମଲାର ସମାଧାନ କରିଥିବାରୁ ସେ ଏହାକୁ ସ୍ୱାଗତ କରିଛନ୍ତି । ଆପୋସ ବୁଝାମଣା ହିଁ ଶ୍ରେଷ୍ଠ ସମାଧାନ ପନ୍ଥା ବୋଲି ସେ ଏଥିରେ ଲେଖିଛନ୍ତି । ବିବାଦ ସମୟରେ ଚୀନର ସରକାରୀ ଗଣମାଧର ବୟାନ ଯୁଦ୍ଧ ସ୍ଥିତି ସୃଷ୍ଟି କରିଥିଲା । କିନ୍ତୁ ଚୀନ ସେନାର ଆଭିମୁଖ୍ୟ ଭିନ୍ନ ଥିଲା ବୋଲି ସେ କହିଛନ୍ତି । ତେବେ ସଠିକ ସମୟରେ କାର୍ଯ୍ୟ ସମ୍ପାଦନ ହିଁ ସଠିକ ନିଷ୍ପତି ବୋଲି ଲିଆଙ୍ଗ କହିଛନ୍ତି ।