କନକ ବ୍ୟୁରୋ : ପାକିସ୍ତାନ୍ ପୂର୍ବରୁ ଆର୍ଥୀକ ସଂକଟ ଦେଇ ଗତି କରୁଛି । ଦିନକୁ ଦୁଇ ଓଳି ଖାଇବାକୁ ପାଉନାହାନ୍ତି ଲୋକେ । ଆଉ ସହାୟତା ପାଇଁ ବି କେହି ଆଗକୁ ଆସୁନାହିନ୍ତି । ଏଭଳି ପରିସ୍ଥିତିରେ ଛୋଟ ମୋଟ ସାହାଯ୍ୟ କରୁଥିବା ଚୀନ୍ ସହ ପାକିସ୍ତାନର ସମ୍ପର୍କ ବି ଧିରେ ଧିରେ ଖରାପ ହେବାକୁ ଲାଗିଥିବା ଦେଖିବାକୁ ମିଳିଛି । ଆର୍ଥୀକ ସଂକଟ ଏବଂ ଆତଙ୍କିଙ୍କ ଆତଙ୍କ କାରଣରୁ ପାକିସ୍ତାରେ ସୁରକ୍ଷା ବ୍ୟବସ୍ଥା ଭୁଷୁଡିବାରେ ଲାଗିଛି । ପ୍ରକାଶ ପାଇଥିବା ରିପୋର୍ଟ ଆଧାରରେ ଦାବି କରାଯାଇଛି କି, ପାକିସ୍ତାନରେ ଚୀନ୍ ନାଗରିକଙ୍କ ଦ୍ୱାରା ଚଲାଯାଉଥିବା ବ୍ୟବସାୟକୁ ବାରମ୍ବାର ବନ୍ଦ କରାଯାଉଛି । ଯାହା ଦୁଇ ଦେଶ ମଧୟରେ ଥିବା ଆର୍ଥିକ ସଂକଟରେ ଫାଟ ସୃଷ୍ଟି କରୁଛି ବୋଲି କୁହାଯାଉଛି ।

Advertisment

ରିପୋର୍ଟରେ କୁହାଯାଇଛି କି, ପାକିସ୍ତାନର କରାଚୀ ପୁଲିସ ଚୀନ୍ ନାଗରିକଙ୍କ ଦ୍ୱାରା ଚଲାଯାଉଥିବା ଅସ୍ଥାୟୀ ବ୍ୟବସାୟକୁ ଜୋର ଜବରଦସ୍ତ ବାରମ୍ବାର ବନ୍ଦ କରିଦେଉଛି । ପାକିସ୍ତାନରେ ବଢିଚାଲିଥିବା ଆତଙ୍କବାଦୀ ଗତିବିଧିକୁ ରୋକିବା ପାଇଁ ପୋଲିସ୍ ଏପରି କରୁଥିବା ବେଳେ ଚୀନ ଏଥିରୁ କ୍ଷତି ସହିବାକୁ ପଡୁଛି । ଯାହାଫଳରେ ଦୁଇ ମିତ୍ର ରାଷ୍ଟ୍ର ମଧ୍ୟରେ ଫାଟ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ ଏହା ସନ୍ଦେହ କରାଯାଉଛି କି, ଆର୍ଥୀକ ସଂକଟ ଦେଇ ଗତି କରୁଥିବା ପାକିସ୍ତାନ ଉପରେ ଚୀନ୍ ଆହୁରି ଆର୍ଥିକ ସଂକଟ ପକାଇ ପାକିସ୍ତାନର ଜମି ହଡପିବାକୁ ଚୀନ୍ ଚେଷ୍ଟା କରୁଥିବା କୁହାଯାଉଛି । ଯାହାକୁ ନେଇ ଉଭୟ ଦେଶ ମଧ୍ୟରେ ଆଗକୁ ଫାଟ ସୃଷ୍ଟି ହୋଇପାରେ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚା ହେଉଛି