କନକ ବ୍ୟୁରୋ: ଯେତେ ବୁଦ୍ଧି ଶିଖିଲେ ବି ଚେତୁନି ଚୀନ୍ । ବରଂ ଭାରତ ବିରୋଧରେ ଗୋଟିଏ ପରେ ଗୋଟିଏ ଷଡ଼ଯନ୍ତ୍ର କରୁଛି । ସୀମାରେ ଭାରତୀୟ ସେନା ଚୀନର ପିଏଲଏକୁ ବାରମ୍ବାର କଡ଼ା ଜବାବ ଦେଉଛି । ଫଳରେ ହତୋତ୍ସାହ ହୋଇପଡ଼ନ୍ତି ଜିନପିଙ୍ଗ ସରକାର । ଫଳରେ ଏବେ ଜଳକୁ ଅସ୍ତ୍ର କରି ଭାରତ ବିରୋଧରେ ଜଳଯୁଦ୍ଧ କରିବାକୁ ଯୋଜନା ରଚିଛି ଡ୍ରାଗନ । ବ୍ରହ୍ମପୁତ୍ର ନଦୀରେ ଏକ ବୃହତ ଜଳ ବିଦ୍ୟୁତ ପ୍ରକଳ୍ପ କରି ଭାରତକୁ ଅଡ଼ୁଆରେ ପକାଇବାକୁ ଷଡ଼ଯନ୍ତ୍ର ରଚୁଛନ୍ତି ଜିନପିଙ୍ଗ ସରକାର । ହେଲେ ଏନେଇ ଭାରତ ସତର୍କ ହୋଇପଡ଼ିଛି ।

Advertisment
  • ବ୍ରହ୍ମପୁତ୍ର ନଦୀ ଉପରେ ଚୀନର ନଜରବ୍ରହ୍ମପୁତ୍ର ନଦୀ ଜଳକୁ ନେଇ ଷଡ଼ଯନ୍ତ୍ର ରଚିପାରେ ଚୀନ୍
  • ଅରୁଣାଚଳ ପ୍ରଦେଶ ସୀମା ନିକଟରେ ବୃହତ ଜଳ ବିଦ୍ୟୁତ ପ୍ରକଳ୍ପ ଯୋଜନା କରୁଛି ଡ୍ରାଗନ
  • ବ୍ରହ୍ମପୁତ୍ର ନଦୀରେ ୬୦ ହଜାର ମେଗାୱାଟର ଜଳବିଦ୍ୟୁତ ପ୍ରକଳ୍ପ ପାଇଁ ବେଜିଂର ଯୋଜନା
  • ବ୍ରହ୍ମପୁତ୍ର ନଦୀ ଉଭୟ ଭାରତ ଓ ଚୀନରେ ପ୍ରବାହିତ ହୁଏ
  • ବ୍ରହ୍ମପୁତ୍ରର ଉପରମୁଣ୍ଡ ଚୀନରେ ରହିଛି
  • ତେଣୁ ଚୀନର ପଦକ୍ଷେପ ଅତି ଗୁରୁତ୍ୱପୂର୍ଣ୍ଣ
  • ଯଦି ଏହି ବୃହତ ଜଳ ବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟକାରୀ ହୁଏ, ଚୀନ ହାତରେ ଚାବିକାଠି ରହିବ
  • ଚୀନ୍ ଯେତେବେଳେ ଚାହିଁବ, ଭାରତକୁ ହଇରାଣ କରିବାକୁ ଚେଷ୍ଟା କରିବ
  • ଯଦି ବ୍ରହ୍ମପୁତ୍ର ଜଳକୁ ଚୀନ୍ ଅନ୍ୟତ୍ର ପଠାଏ, ତାହେଲେ ଭାରତର ସୀମାବର୍ତୀ ରାଜ୍ୟ ପ୍ରଭାବିତ ହେବେ
  • ଚୀନକୁ ଲାଗିଥିବା ଅରୁଣାଚଳ ପରି ରାଜ୍ୟରେ ଜଳାଭାବ ଦେଖାଦେଇପାରେ
  • ଅନ୍ୟପଟେ ଚୀନ୍ ଯଦି ଅଧିକ ଜଳ ନିଷ୍କାସନ କରେ, ତା ମଧ୍ୟ ଭାରତ ପାଇଁ ବିପଦ ପାଲଟିଯିବ
  • ବ୍ରହ୍ମପୁତ୍ର ନଦୀରେ ହଠାତ୍ ପାଣି ମାଡ଼ିଆସିଲେ, ଆସାମ ଓ ଅରୁଣାଚଳରେ ବନ୍ୟା ଦେଖାଦେବ
  • ଭାରତ ମଧ୍ୟ ଏହି ବିପଦ ପ୍ରତି ସତର୍କ ରହିଛି
  • ଅରୁଣାଚଳ ପ୍ରଦେଶରେ ଦେଶର ସବୁଠୁ ମେଗାୱାଟ ଜଳବିଦ୍ୟୁତ ପ୍ରକଳ୍ପ କରୁଛି ଭାରତ
  • ଅପର ସୁବାଂସିରି ନଦୀ ଉପରେ ୧୧ ହଜାର ମେଗାୱାଟ ଜଳବିଦ୍ୟୁତ ପ୍ରକଳ୍ପ କାମ ଚାଲିଛି
  • ଅନ୍ୟ ଦୁଇଟି ପ୍ରକଳ୍ପର ମଧ୍ୟ କାର୍ଯ୍ୟ ଚାଲିଛି
  • ଚଳିତବର୍ଷ ସୁଦ୍ଧା ଗୋଟିଏ ପ୍ରକଳ୍ପ ଶେଷ ହେବ
  • ଫଳରେ ଚୀନ୍ ପଟୁ ସମ୍ଭାବ୍ୟ ବିପଦର ମୁକାବିଲା ସହଜ ହେବ