ଭାରତ-ଆମେରିକା ମିଳିତ ଯୁଦ୍ଧାଭ୍ୟାସରେ ବିଚଳିତ ଚାଇନା: କହିଲା ସୀମା ଶାନ୍ତି ପ୍ରତିଷ୍ଠା ପାଇଁ ହୋଇଥିବା ଚୁକ୍ତିର ଉଲ୍ଲଂଘନ କରୁଛି ସମରଭ୍ୟାସ

136

କନକ ବ୍ୟୁରୋ: ଉତରାଖଣ୍ଡରେ ଚାଲିଛି ଭାରତ-ଆମେରିକା ମିଳିତ ଯୁଦ୍ଧାଭ୍ୟାସ । ଏହାକୁ ନେଇ ଆପତି ଉଠାଇଛି ଚାଇନା । ଏହି ସମରଭ୍ୟାସ ସୀମାରେ ଶାନ୍ତି ସ୍ଥାପନ ପାଇଁ କରାଯାଇଥିବା ଦ୍ୱିପାକ୍ଷୀକ ଚୁକ୍ତିର ଉଲ୍ଲଂଘନ ବୋଲି ବେଜିଂ କହିଛି । ଚୀନ ବୈଦଶିକମନ୍ତ୍ରାଳୟ କହିଛି କି ଏଲଏସି ନିକଟରେ ଭାରତ-ଆମେରିକା ମିଳିତ ଯୁଦ୍ଧ୍ୟାଭ୍ୟାସ ନୂଆ ଦିଲ୍ଲୀ ଓ ବେଜିଂ ମଧ୍ୟରେ ୧୯୯୩ ମସିହା ଓ ୧୯୯୬ ମସିହାରେ ସୀମା ଶାନ୍ତି ପ୍ରତିଷ୍ଠା ପାଇଁ ହୋଇଥିବା ଚୁକ୍ତିରର ମୂଳଭାବନାକୁ ଉଲ୍ଲଂଘନ କରୁଛି । ଚୀନର କଥାକୁ ନେଇ ଭାରତ ମଧ୍ୟ ଚୁପ ବସିନି । ଭାରତ ବୈଦେଶିକମନ୍ତ୍ରାଳୟ କହିଛି ଚାଇନା କୌଣସି ବିବାଦୀୟ ବୟାନ ନଦେଇ ଦ୍ୱିପାକ୍ଷୀକ ଚୁକ୍ତି ଉପରେ ଫୋକସ କରୁ । ଭାରତ-ଆମେରିକ ଯୁଦ୍ଧାଭ୍ୟାସ ଏକ ଭିନ୍ନ ପ୍ରସଙ୍ଗ ଅଟେ । ଚୁକ୍ତି ଉଲ୍ଲଂଘନ କଥା କହିଚ ଚୀନ ସମରଭ୍ୟାସରେ ବାଧା ନଦେଉ ବୋଲି ଭାରତ କହିଛି । ଭାରତ ଆମେରିକା ମିଳିତ ସମରଭ୍ୟାସ ଭାରତ-ଚୀନ ସୀମାଡୁ ୧୦୦ କିଲୋମିଟରରେ ଦୂରରେ ଥିବା ଚମୋଲୀ ଜିଲ୍ଲାର ଔଲିରେ ଚାଲିଛି । ନିଜ ନିଜ ସେନାର ଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟରେ ୨୦୦୪ ମସିହାରୁ ପ୍ରତିବର୍ଷ ଆମେରିକା ଓ ଭାରତ ମିଳିତ ସମରଭ୍ୟାସ କରୁଛନ୍ତି । କେବଳ ଏତିକି ନୁହେଁ ଆମେରିକାକୁ ଟାର୍ଗେଟ କରି ଚୀନ କହିଥିଲା କି ତୃତୀୟ ପକ୍ଷ ହସ୍ତକ୍ଷେପ ଯୋଗୁଁ ପୂର୍ବ ଲଦାଖ ବିବାଦ ସୃଷ୍ଟି ହେଊଛି ଓ ଏହି ସମରଭ୍ୟାସ କରାଯାଉଛି । ଭାରତ-ଚୀନ ସୀମା ବିବାଦରେ ଆମେରିକା ହସ୍ତକ୍ଷେପ କରୁଥିବା ବେଜିଂ ଆଶଙ୍କା କରୁଛି ।