ଧାମରାରେ ଚୀନ ନାଗରିକ ରହିବା ପ୍ରସଙ୍ଗ : ଓଡିଶା ଛାଡିଲେ ୧୦ ଚୀନ ନାଗରିକ

51

ଧାମରା : ଧାମରା ବନ୍ଦରରେ କାମ କରୁଥିବା ୧୦ ଜଣ ଚୀନ ନାଗରିକ ଓଡ଼ିଶା ଛାଡିଛନ୍ତି । ଗତକାଲି ରାତିରେ ସେମାନେ ୨ଟି ଗାଡ଼ିରେ କୋଲକତା ସ୍ଥିତ ଚୀନ୍ କନସୁଲେଟ୍ ଅଭିମୁଖେ ଯାତ୍ରା କରିଛନ୍ତି । ଏହା ପୂର୍ବରୁ ସମସ୍ତ ୧୦ ଜଣ ଚୀନ ନାଗରିକଙ୍କୁ ଧାମରାରୁ ଭଦ୍ରକ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ଅଣାଯାଇ ୧୭ ତାରିଖ ସୁଦ୍ଧା ଦେଶ ଛାଡ଼ି ଚାଲିଯିବା ପାଇଁ ନୋଟିସ୍ ଦିଆଯାଇଥିଲା । ନିଯୁକ୍ତି ଭିସା ନଥାଇ ସେମାନେ ବାଣିଜ୍ୟ ଭିସାରେ କାମ କରୁଥିବାରୁ ସେମାନଙ୍କୁ ଭାରତ ଛାଡିବାକୁ ନୋଟିସ୍ ଜାରି କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିର୍ଦେଶ ଦେଇଥିଲେ । ଧାମରା ବନ୍ଦର ଓ କ୍ଷେପଣାସ୍ତ୍ର ପରୀକ୍ଷଣ ହେଉଥିବାରୁ ଅବଦୁଲ କଲାମ ଦ୍ୱୀପର ନିକଟବର୍ତି ହୋଇଥିବାରୁ ସୁରକ୍ଷା ଦୃଷ୍ଟିରୁ ଭାରତ ଛାଡିବାକୁ ନୋଟିସ୍ ହୋଇଥିଲା ।