ଚିଲିକା ଅଞ୍ଚଳର ଟ୍ୱିଟର ବଏ ରାଜକିଶୋର ନାୟକ। ଟ୍ୱିଟ୍ କରି ସୁଧାରୁଛନ୍ତି ଲୋକଙ୍କ ସମସ୍ୟା।

206

କନକ ବ୍ୟୁରୋ : ଚିଲିକା ଅଞ୍ଚଳର ଟ୍ୱିଟର ବଏ ରାଜ କିଶୋର ନାୟକ । ପାଠପଢା ସହ ଟୁଇଟର ମାଧ୍ୟମରେ ସାଧାରଣ ଲୋକମାନଙ୍କର ସମସ୍ୟା ସମାଧାନ କରୁଛନ୍ତି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ନନ୍ଦଳା ଗାଁର ରାଜକିଶୋର ନାୟକ । ସିଭିଲ ସର୍ଭିସ ପାଇଁ ପଢା ଜାରିରଖିଛନ୍ତି । ପଢା ଭିତରୁ କିଛି ସମୟ ବାହାର କରି ଚିଲିକା କୂଳକୁ ଚାଲିଯାନ୍ତି । ଆଉ ସେଠାରେ ଡଙ୍ଗା ଉପରେ ବସି ଆରମ୍ଭ କରିଦିଅନ୍ତି ଲୋକଙ୍କ ପାଇଁ କାମ । ଟ୍ୱିଟ କରି କରି ଅସୁବିଧାରେ ପଡିଥିବା ଲୋକଙ୍କୁ ସାହାଯ୍ୟ କରୁଛନ୍ତି ରା କିଶୋର ।

ଦୀର୍ଘ ତିନି ବର୍ଷରେ ୧ ହଜାରରୁ ଅଧିକ ଲୋକଙ୍କ ପାଇଁ କରିଛନ୍ତି କାମ । ଲୋକଙ୍କ ପାଇଁ କରୁଥିବା ଏହି କାମ ନେଇ ବେଶ ଚର୍ଚ୍ଚିତ ହୋଇପଡ଼ିଛନ୍ତି ସେ । ପ୍ରତିଦିନ କିଛି ଘଣ୍ଟାଡଙ୍ଗା ଉପରେ ବିତାଇଥାନ୍ତି । ଡଙ୍ଗା ଉପରେ ବସି ଟ୍ୱିଟ୍ ମାଧ୍ୟମରେ ସମସ୍ୟାରେ ପଡିଥିବା ଲୋକଙ୍କ ପାଇଁ କାମ କରିଥାନ୍ତି । ଏନେଇ ଟ୍ୱିଟର ବଏ ଭାବେ ଜଣାଶୁଣା ହୋଇପାରିଥିଲେ । ତେବେ ଚିଲିକା ଅଞ୍ଚଳରେ ୧୪ଟି ପଞ୍ଚାୟତର ୮୦ହଜାରରୁ ଅଧିକ ଲୋକ ବସବାସ କରନ୍ତି । ଆଉ ସେମାନଙ୍କ ସୁବିଧା ଅସୁବିଧାର ସାହାରା ପାଲଟିଛନ୍ତି ଏହି ଟୁଇଟର ବଏ । ଆଗକୁ ମଧ୍ୟ ଲୋକଙ୍କ ସବୁ ସମସ୍ୟାରେ ଛିଡା ହେବେ ବୋଲି ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି ରାଜକିଶୋର ।