ଅକ୍ଟୋବର ସୁଦ୍ଧା ଛୋଟ ପିଲାଙ୍କ ପାଇଁ ଆସିବ କରୋନା ଟିକା । ଏକ୍ସିମ ଗ୍ରୁପ ମୁଖ୍ୟ ପି.ସି ନାମ୍ବିଆର, ନବଜାତ ଶିଶୁଙ୍କୁ ଦିଆଯାଇ ପାରିବ ସେରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଟିକା ।

296
କନକ ବ୍ୟୁରୋ: ସାରା ଦେଶରେ କରୋନା ଟିକାକରଣ ଜୋରସରରେ ଆଗେଇ ଚାଲିଥିବା ବେଳେ ସେହି ଟିକାକୁ ନେଇ ଆସିଛି ଉତ୍ସାହଜନକ ଖବର । ଭାରତରେ କୋଭିସିଲ୍ଡ ଟିକାର ଉତ୍ପାଦନ କରୁଥିବା ସେରମ୍ ଇନଷ୍ଟିଚ୍ୟୁଟ୍ କହିଛି ବର୍ଷ ଶେଷ ଆଡ଼କୁ ଆସିଯିବ ଛୁଆଙ୍କ ପାଇଁ କରୋନା ଟିକା । ଏକ୍ସିମ୍ ଗ୍ରୁପର ଅଧ୍ୟକ୍ଷ ପି.ସି ନାମ୍ବିଆର କହିଛନ୍ତି ଅକ୍ଟୋବର ସୁଦ୍ଧା ପିଲାଙ୍କ ପାଇଁ କରୋନା ଟିକା ପ୍ରସ୍ତୁତ କରିବ ସେରମ୍ ଇନଷ୍ଟିଚ୍ୟୁଟ୍ । ଏପରିକି ସେହି ମାସରୁ ନବଜାତ ଶିଶୁଙ୍କୁ ଏହି ଟିକା ଦିଆଯାଇପାରିବ । କୋଚିରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ନାମ୍ବିଆର ଆହୁରି କହିଛନ୍ତି, କରୋନା ବିରୋଧି ଟିକାକୁ ବିକାଶ କରି କରୋନା ଔଷଧ ପ୍ରସ୍ତୁତ ହେବ । ଯାହା ଛୋଟ ପିଲାଙ୍କୁ ମଧ୍ୟ ଦିଆଯାଇପାରିବ । ଏପ୍ରିଲ ମାସରୁ କୋଭିସିଲ୍ଡର ୨୦କୋଟି ଡ଼ୋଜ୍ ପ୍ରତି ମାସରେ ଉତ୍ପାଦନ ପାଇଁ କମ୍ପାନୀ ସକ୍ରିୟ ହେବ । ବର୍ତମାନ କମ୍ପାନୀ ମାସକୁ ୧୦ କୋଟି ଡ଼ୋଜ୍ କରୋନା ଟିକା ଉତ୍ପାଦନ କରୁଛି । ସରକାରଙ୍କୁ ସବୁଜ ସଂକେତ ମିଳିଲେ ଖୋଲା ବଜାରରେ ଟିକା ବିକ୍ରି କରିବ କମ୍ପାନୀ ।