କନକ ବ୍ୟୁରୋ: ଦିନ ଦ୍ୱିପହରେ ଚାଲିଥିଲା ବାଲ୍ୟ ବିବାହ । ବିବାହ ପରେ ନାବାଳିକା ମଧ୍ୟପ୍ରଦେଶକୁ ଚାଲାଣ ହୋଇଥାନ୍ତା । କଟକ ଚାଇଲ୍ଡ ଲାଇନ୍ ଖବର ପାଇବା ପରେ ପୋଲିସ ଓ ବାଲ୍ୟ ବିବାହ ନିରୋଧ ଅଧିକାରୀ ଘଟଣାସ୍ଥଳରେ ପହଂଚି ବାହାଘର ବନ୍ଦ କରିଥିଲେ । ଘଟଣାସ୍ଥଳରୁ ମଧ୍ୟପ୍ରଦେଶର ବର ଫେରାର ହୋଇଯାଇଥିବା ବେଳେ ନାବାଳିକାକୁ ଉଦ୍ଧାର କରାଯାଇଛି । ଘଟଣା ଘଟିଛି କ୍ୟାନ୍ଟନମେଂଟ ଥାନା ଅଂଚଳରେ । ଗଡ଼ଗଡ଼ିଆ ଶିବ ମନ୍ଦିରରେ ଏହି ବିବାହ ଚାଲିଥିଲା । ତାଙ୍କ ଅନିଚ୍ଛା ସତ୍ୱେ ବାହାଘର କରାଯାଉଥିବା ନାବାଳିକା ଜଣଙ୍କ ସିଡବ୍ଲୁସି ଆଗରେ କହିଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସିଡବ୍ଲୁସି ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଏହି ଘଟଣାରେ ଜଣେ ମହିଳା ମଧ୍ୟସ୍ଥିଙ୍କ ଭୂମିକା ସନ୍ଦେହଜନକ ରହିଛି ।